Entertainment

ହସ୍ପିଟାଲରେ ଭର୍ତ୍ତି ହେଲେ ଭାରତୀ ଏବଂ ପତି ହର୍ଷ

bhariti

ହାସ୍ୟଅଭିନେତ୍ରୀ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟ ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେମାନଙ୍କୁ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

bhariti

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଭାରତୀ ଓ ହର୍ଷଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ତେଣୁ ସେମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ଉଭୟଙ୍କୁ ଡେଙ୍ଗୁ ହୋଇଥିବା ରିପୋର୍ଟ ଆସିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେମାନଙ୍କ ଚିକିତ୍ସା ଚାଲିଛି।

କିଛି ଦିନ ପୂର୍ବରି ଖବର ଶୁଣିବାକୁ ମିଳିଥିଲା ଯେ ଭାରତୀ ସିଂ ଏବଂ ତାଙ୍କ ପଚି ହର୍ଷ ଲିମ୍ବାଚିଆ ବିଗ ବସ-୧୨ରେ ଯୋଡି ଭାବେ ଏଣ୍ଟ୍ରି କରିବେ। କିନ୍ତୁ ଶୋ’ ଆରମ୍ଭ ହୋଇଯାଇଥିବା ବେଳେ ଭାରତୀ ଏବଂ ହର୍ଷଙ୍କର ଶୋ’ରେ ଦେଖାନାହିଁ । ବିଗ ବସ ଶୋ’ରେ ଲୋକଙ୍କର ଏକ୍ସାଇଟମେଣ୍ଟ ବଢାଇବା ପାଇଁ ଭାରତୀ ଏବଂ ହର୍ଷଙ୍କୁ ବିଗ ବସ-୧୨ ଲଂଚ ସେରେମୋନିରେ ଡକାଯାଇଥିଲା। ଖବର ଅନୁଯାୟୀ ଭାରତୀ ନିଜର ଟକ ଶୋ’ ସହିତ ପରଦାକୁ ଖୁବ ଶୀଘ୍ର ଆସିବେ । ଏହି ଶୋ’ର ନାମ ରହିଛି ‘ଭାରତୀ କା ଶୋ- ଆନା ହି ପଡେଗା’ । ଏହା ସହିତ ସେ ଖୁବ ଶୀଘ୍ର ‘ଇଣ୍ଡିଆଡ ଗଟ ଟ୍ୟାଲେଣ୍ଟ’ର ସିଜିନ-୮କୁ ମଧ୍ୟ ହୋଷ୍ଟ କରିବାର ନଜର ଆସିବେ ।

ପଢନ୍ତୁ;ଅଷ୍ଟ୍ରେଲିଆରେ ବର୍ଣ୍ଣ ବୈଷମ୍ୟର ଶିକାର ହେଲେ ଶିଳ୍ପା

Related posts

ପୁଣିଥରେ ଏହି ଫିଲ୍ମରେ ଏକାଠି ନଜର ଆସିବେ ସବ୍ୟସଚି ଏବଂ ଏଲିନା

ENO Beuro

ଶ୍ରୀଦେବୀଙ୍କୁ ନିଜର ସ୍ତ୍ରୀ ବୋଲି ମନେ କରୁଥିବା ବ୍ୟକ୍ତି ଲଣ୍ଡା ହୋଇ ଦେଲେ ଶ୍ରଦ୍ଧାଞ୍ଜଳି, ଲେଖିଥିଲେ ୩୦୦୦ ଚିଠି

ENO Beuro

କେଉଁ କାରଣରୁ ଘର ଛାଡିଲେ ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ଜାଣନ୍ତୁ ?

ENO Beuro

Leave a Comment