• Home
  • POLITICALS
  • ଭର୍ତ୍ତୃହରି ମହତାବଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର
POLITICALS

ଭର୍ତ୍ତୃହରି ମହତାବଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର

ପାଞ୍ଚ ଜଣ ସାଂସଦଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ଶ୍ରେଷ୍ଠ ସାଂସଦ ସମ୍ମାନରେ ସମ୍ମାନିତ କରିଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ୨୦୧୭ ବର୍ଷ ପାଇଁ ଭର୍ତ୍ତୃହରିଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର ମିଳିଛି।

ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହତାବଙ୍କ ସମେତ ୨୦୧୩ ପାଇଁ ନଜମା ହେପ୍‌ତୁଲ୍ଲା, ୨୦୧୪ ପାଇଁ ସାଂସଦ ହୁକୁମଦେବ ନାରାୟଣ ଯାଦବ, ୨୦୧୫ ପାଇଁ ରାଜ୍ୟସଭା ସଦସ୍ୟ ଗୁଲାମନବୀ ଆଜାଦ, ୨୦୧୬ ପାଇଁ ଲୋକସଭା ସାଂସଦ ଦିନେଶ ତ୍ରିବେଦୀଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ରର ଆତ୍ମା ସଂସଦରେ ରହିଛି। ସାଂସଦମାନେ କୌଣସି ଦଳ କିମ୍ବା ନିର୍ବାଚନମଣ୍ଡଳୀର ପ୍ରତିନିଧି ନୁହନ୍ତି। ସେମାନେ ସାମ୍ବିଧାନିକ ଆଦର୍ଶର ମୂଳପିଣ୍ଡ। ଦେଶବାସୀଙ୍କର ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ପାଇଁ ସେମାନେ ଉତ୍ତରଦାୟୀ ଅଟନ୍ତି। ଏହା ଏକ ବଡ ଦାୟିତ୍ୱ। ତେଣୁ ପ୍ରତ୍ୟେକ ସାଂସଦ ତାଙ୍କର ଏହି ଗୁରୁଦାୟିତ୍ୱକୁ ସୂଚାର ରୂପେ ତୁଲାଇବା ଦରକାର। ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ବାଚସ୍ପତି ସୁମିତ୍ରା ମହାଜନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଉପସ୍ଥିତ ଥିଲେ।

ଭର୍ତ୍ତୃହରି ମହତାବଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର ଭର୍ତ୍ତୃହରି ମହତାବଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର bhartruhari mahtab

ପଢନ୍ତୁ; ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୨୨ ପଞ୍ଚାୟତକୁ ୧୦୭୭ଟି ପ୍ରକଳ୍ପ

Related posts

ହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଶେଷ ପ୍ରଚାର

Krishna Kumar Manoj

ଅଙ୍ଗନୱାଡି କର୍ମୀଙ୍କ ଉଦେଶ୍ୟରେ କହିଥିବା କଥା ପାଇଁ ମନ୍ତ୍ରୀ ଦାମୋଦର ରାଉତ ଦୁଖଃ ପ୍ରକାଶ କଲେ

Krishna Kumar Manoj

୨୦୧୯ ନିର୍ବାଚନ ବିଜେପି ସହିତ ନୁହେଁ ବରଂ ଏକାକି ନିର୍ବାଚନ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇବ ଶିବସେନା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More