• Home
  • Featured
  • ନୂଆ ଅଫର : ଭୀମ ଆପରେ ୧ ଟଙ୍କା ଟ୍ରାଞ୍ଜାକସନ କରି ପାଆନ୍ତୁ ୫୧ ଟଙ୍କାର କ୍ୟାସବ୍ୟାକ୍
Featured

ନୂଆ ଅଫର : ଭୀମ ଆପରେ ୧ ଟଙ୍କା ଟ୍ରାଞ୍ଜାକସନ କରି ପାଆନ୍ତୁ ୫୧ ଟଙ୍କାର କ୍ୟାସବ୍ୟାକ୍

ଭୀମ ଆପରେ ସରକାର ଦେଉଛନ୍ତି ବଡ ଅଫର

ଭୀମ ଆପ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବାକୁ ସରକାର ଏକ ନୂଆ ଘୋଷଣା କରିଛନ୍ତି । ଭୀମ ଆପ ବ୍ୟବହାରକାରୀଙ୍କୁ କ୍ୟାସବ୍ୟାକ ଅଫର ଦେବା ପାଇଁ ଘୋଷଣା କରିଛନ୍ତି ସରକାର । ଭୀମ ଆପର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବଡ ଅଫରର ଘୋଷଣା କରାଯାଇଛି । ଗତବର୍ଷ ଆମ୍ବେଦକରଙ୍କ ଜୟନ୍ତୀରେ ଭୀମ ଆପ ଲଞ୍ଚ କରାଯାଇଥିଲା । ଏହି ଅଫର ଅନୁଯାୟୀ ମୋଟ ୧୦୦୦ ଟଙ୍କାର କ୍ୟାସବ୍ୟାକ ଦିଆଯିବ ।

mygovindiaର ଟ୍ୱିଟ ଅନୁଯାୟୀ, ଭୀମ ଆପରେ ପ୍ରଥମ ନେଣଦେଣରେ ଗ୍ରାହକଙ୍କୁ ୫୧ ଟଙ୍କାର କ୍ୟାସବ୍ୟାକ ମିଳିବ । ତେବେ ସର୍ବନିମ୍ବ କେତେ ଟଙ୍କାର ଟ୍ରାଞ୍ଜାକସନ କଲେ ୫୧ ଟଙ୍କା ମିଳିବ ତାହା ସ୍ଥିର କରାଯାଇନାହିଁ । ତେଣୁ ୧ ଟଙ୍କାର ଟ୍ରାଞ୍ଜାକସନ କରି ମଧ୍ୟ ଗ୍ରାହକ ୫୧ ଟଙ୍କା କ୍ୟାସବ୍ୟାକ ପାଇପାରିବେ । ସେହିଭଳି ଗୋଟିଏ ମାସ ମଧ୍ୟରେ ଟଙ୍କା ଭୀମ ଆପରେ ଟଙ୍କା ନେଣଦେଣ କଲେ ୭୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଗ୍ରାହକଙ୍କ ପକେଟକୁ ଆସିବ । ତେବେ ବେପାରୀ ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ପାଇପାରିବେ । ଭୀମ ବା ଭାରତ ଇଣ୍ଟରଫେସ୍ ଫର୍ ମନି ଆପକୁ ଭାରତ ସରକାରଙ୍କ National Payments Corporation of India ଦ୍ୱାରା ପରିଚାଳିତ କରାଯାଉଛି ।

କିପରି ବ୍ୟବହାର କରିବେ ଭୀମ୍ ଆପ୍  :-

  • ସର୍ବପ୍ରଥମେ ଗୁଗଲ ପ୍ଲେ-ଷ୍ଟୋରରୁ ଭୀମ ଆପ୍ ଡାଉନଲୋଡ଼୍ କରନ୍ତୁ । ଏହାପରେ ନିଜର ବ୍ୟାଙ୍କ ଆକାଉଂଟକୁ ଏହି ଆପରେ ରେଜିଷ୍ଟର କରନ୍ତୁ । ବ୍ୟାଙ୍କ ଖାତା ରେଜିଷ୍ଟର କରିବା ସହ ନିଜର ଏକ ୟୁପିଆଇ ପିନ୍ ସେଟ୍ କରନ୍ତୁ ।
  • ୟୁଜରଙ୍କୁ ମୋବଇଲ ନମ୍ବର ହିଁ ପେମେଂଟର ଠିକଣା ହେବ । ରେଜିଷ୍ଟ୍ରେସନ ପୁରା ହୋଇଯିବା ପରେ ଆପଣ ଭୀମ ଆପରୁ ଟ୍ରାନଜାକ୍ସନ ଆରମ୍ଭ କରିପାରିବେ।
  • ଭୀମ ଆପ ଟ୍ରାନଜାକ୍ସନ ରେଜିଷ୍ଟର ମୋବାଇଲ ନମ୍ବର ଅର୍ଥ ପେମେଣ୍ଟ ଆଡ଼୍ରେସ ଉପରେ ଟଙ୍କା ପଠାଯାଇପାରିବ । ଆପଣ ବିନା ୟୁପିଆଇ ସୁବିଧା ଉପଲବ୍ଧ ଥିବା ବ୍ୟାଙ୍କକୁ ମଧ୍ୟ ଟଙ୍କା ନେଣଦେଣ କରିପାରିବେ ।
  • ଏଥିପାଇଁ ଆପଣଙ୍କୁ ଏମଏଆଇଡ଼ି ଓ ଆଇଏଫଏସସି ସୁବିଧାର ସ।ହଯ୍ୟ ନେବାକୁ ପଡ଼ିବ । ଆପଣ କୌଣସି ଅନ୍ୟ ରେଜିଷ୍ଟର ମୋବାଇଲ ନମ୍ବର କିମ୍ବା ୟୁଜରଙ୍କ ଠାରୁ ଟଙ୍କା ପାଇବା ପାଇଁ ରିକ୍ୱେଷ୍ଟ ପଠାଇପାରିବେ ।
  • ଭୀମ ଆପ ସହ ବ୍ୟାଙ୍କ ଖାତାର ଲିଙ୍କ କରି କିଣାକିଣି କିମ୍ବା ନେଣଦେଣ କରିବପାରିବେ । ଏବଂ ସାଧାସଧା ନିଜ ଖାତାକୁ ଟଙ୍କା ଟ୍ରାନ୍ସଫର କରିପାରିବେ ।

ନୂଆ ଅଫର : ଭୀମ ଆପରେ ୧ ଟଙ୍କା ଟ୍ରାଞ୍ଜାକସନ କରି ପାଆନ୍ତୁ ୫୧ ଟଙ୍କାର କ୍ୟାସବ୍ୟାକ୍ bhim aap

ପଢନ୍ତୁ ;

କେମିତି ତିଆରି କରିବେ ଅଣ୍ତାରୁ ପନିର ତରକାରୀ ଜାଣନ୍ତୁ ?

Related posts

ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୨୮ ତମ ଜୟନ୍ତୀ ବା ଶିଶୁ ଦିବସ

Krishna Kumar Manoj

“Bhubaneswar Style Week” With A Fashion Statement Of Traditional Pattachitra of Odisha

Jitendra

ଯଦି ଆପଣ ଦେଶର ସାଧାରଣ ନାଗରିକ, ତେବେ ଯାଣନ୍ତୁ ଆପଣ କେତେ ନମ୍ବର ରେ ଅଛନ୍ତି

Krishna Kumar Manoj

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More