News

ଜାନୁଆରୀ ୬ରୁ ୧୪ ଭିତରକନିକା ବନ୍ଦ

park

ଆସନ୍ତା ଜାନୁଆରୀ ୬ ରୁ ୧୪ ତାରିଖ ପର୍ୟାନ୍ତ ୯ ଦିନ ଭିତରକନିକା ଜାତୀୟ ଉଦ୍ୟାନକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପରିଭ୍ରମଣ ପାଇଁ ବନ୍ଦ ରଖାଯିବ। ଏହି ସମୟରେ ଉଭୟ ବିଦେଶାଗତ ପକ୍ଷୀ ଏବଂ ବଉଳା କୁମ୍ଭୀରଙ୍କ ଗଣନା କରାଯିବ।

park

ଭିତରକନିକା ଜାତୀୟ ଉଦ୍ୟାନ ସମେତ ସାତଭାୟାର ବିସ୍ତୀର୍ଣ୍ଣ ଜଳାଶୟ, ରାଇପାଟିଆ, ମଠଆଡିଆ, ଗୁପ୍ତିଘାଟ, ହ˚ସିଣା ଘାଟ ଏବ˚ ବତୀଘରର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମିରେ ରାଜନଗର ବନବିଭାଗ ପକ୍ଷରୁ ପକ୍ଷୀଗଣନା କରାଯିବ। ଏହି ଗଣନାରେ ୧୨ଟି ଟିମ୍‌ ସାମିଲ ହେବେ। ସେହିପରି ଭିତରକନିକା ଜାତୀୟଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ଆବାହମାନ କାଳରୁ ବସବାସ କରୁଥିବା ବଉଳାକୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ମଧ୍ୟ ଏକା ସମୟରେ କରାଯିବ।

ସୂଚନାଯୋଗ୍ୟ,ଜାନୁଆରି ୫ ତାରିଖ ଦିନ ପକ୍ଷୀ ଏବ˚ କୁମ୍ଭୀର ଗଣନାରେ ଅ˚ଶଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।

ପଢନ୍ତୁ; ବ୍ୟାଙ୍କ ଭିତରେ ମ୍ୟାନେଜରଙ୍କୁ ଗୁଳି,ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Related posts

ଆର୍.ବାଲକ୍ରିଷ୍ଣନ ହେଲେ ସରକାରଙ୍କ ମୁଖ୍ୟ ପରାମର୍ଶଦାତା

ENO Beuro

ବ୍ରିଟେନର ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗଙ୍କ ଦେହାନ୍ତ

ENO Beuro

ଜେଲ ଗଲେ ଅଭିନେତା ରାଜପାଲ ଯାଦବ

ENO Beuro

Leave a Comment