News

ଆସନ୍ତାକାଲିଠୁ ଖୋଲିବ ଭିତରକନିକା

ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା। ଆସନ୍ତାକାଲି ଭିତରକନିକା ଖୋଲୁଥିବାରୁ ପର୍ୟ୍ୟଟକ ଉତ୍ସାହିତ ଅଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ପରିଭ୍ରମଣ ପାଇଁ ସରକାରୀ ବୋଟ ଥିବା ବେଳେ ବେସରକାରୀ ବୋଟର ଫିଟନେସ୍ ସହ ସମସ୍ତ କାଗଜ ପତ୍ର ଯାଞ୍ଚ କରାଯାଇ ଅନୁମତି ଦିଆଯିବ। ସେହିପରି ପର୍ୟ୍ୟଟକଙ୍କ ବୁଲିବା ପାଇଁ ଗୁପ୍ତି, ଡାଙ୍ଗମାଳ, ଚାନ୍ଦବାଲି ପ୍ରବେଶ ପଥ ଭାବେ ସ୍ଥିର ହୋଇଥିବା ବେଳେ ରାତ୍ର ରହଣୀ ପାଇଁ ଅନଲାଇନରେ ବୁକିଂ ବ୍ୟବସ୍ଥା କରାଯାଇଛି।

କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଯୋଗୁ ଗତ ମେ’୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା। ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀର ଏହି ସମୟରେ ବସାବାନ୍ଧି ସେଥିରେ ଅଣ୍ଡା ଦେଇଥାନ୍ତି। ସେଗୁଡିକୁ ସୁରକ୍ଷା ପାଇଁ ଉଭୟ ସତର୍କତାର ସହିତ ଜଗିଥାନ୍ତି। ଏହି ସମୟରେ ବାହ୍ୟ ଶତ୍ରୁ ପାଇଁ ବଉଳା କୁମ୍ଭୀରମାନେ ଅତ୍ୟଧିକ ହିଂସ୍ର ହୋଇପଡ଼ିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ୩ ମାସ ପାଇଁ ଭିତରକନିକାକୁ ବନ୍ଦ ରଖାଯାଇଥିଲା।

ଆସନ୍ତାକାଲିଠୁ ଖୋଲିବ ଭିତରକନିକା ଆସନ୍ତାକାଲିଠୁ ଖୋଲିବ ଭିତରକନିକା bhitarkanika

ପଢନ୍ତୁ; ପର୍ଯ୍ୟଟକଙ୍କ ସୁବିଧା ପାଇଁ ୩୪ଟି ପଥପ୍ରାନ୍ତ ସେବା କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Related posts

ଏବେ ମାତ୍ର ୩ ଦିନରେ ମିଳିବ ତତ୍କାଳ ପାସପୋର୍ଟ

ENO Beuro

ଖୋର୍ଦ୍ଧା ବୋଲଗଡ଼ ପିଚୁକୁଳିରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ENO Beuro

ଦିଲ୍ଲୀ ଅଶୋକ ବିହାରରେ ଭୁଷୁଡ଼ିଲା ୩ ମହଲା କୋଠା,୨ ପିଲା ମୃତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More