EnewsOdia.Com

ଭୁବନେଶ୍ବରର ୩ ମନ୍ଦିରକୁ ମିଳିଲା ‘ଭୋଗ୍’ ସାର୍ଟିଫିକେଟ୍

ରାଜଧାନୀର ୩ ମନ୍ଦିରକୁ ମିଳିବ ବ୍ଲିସଫୁଲ ହାଇଜେନିକ୍ ଅଫରିଂ ଟୁ ଗଡ୍‌ ବା ଭୋଗ୍ ସାର୍ଟିଫିକେଟ୍। ଯେଉଁ ମନ୍ଦିରରେ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରୁଛନ୍ତି ବା ବିକ୍ରି ହେଉଛି, ସେସବୁ ମନ୍ଦିରର ପରିଷ୍କାର ପରିଚ୍ଛନ୍ନତାକୁ ନେଇ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯିବ। ତେବେ ଯେଉଁ ମନ୍ଦିରରେ ଦେବ ନୀତି ଅନୁଷ୍ଠିତ ହେଉଛି, ସେସବୁ ମନ୍ଦିରକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସାର୍ଟିଫିକେସନ୍‌ରୁ ବାଦ୍ ଦିଆଯାଇଛି।  ଏହାସହ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ୧/୩ ମନ୍ଦିରକୁ ଏହି ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଚିଠି ଦିଆଯାଇଥିବା ସୂଚନା ମିଳିଛି।

 

ମନ୍ଦିରମାଳିନୀ ଭୁବନେଶ୍ବରରେ ଅନେକ ମନ୍ଦିରରେ ପ୍ରତିଦିନ ଶହ ଶହ ସଂଖ୍ୟା‌‌‌ରେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରୁଛନ୍ତି। ଏଥିପାଇଁ ମନ୍ଦିରରେ ପ୍ରତ୍ୟେକ ଦିନ ରୋଷେଇ ହେଉଛି। ତେଣୁ ପରିଷ୍କାର ପରିଚ୍ଛନ୍ନତାକୁ କିଭଳି ଅଧିକରୁ ଅଧିକ ଗୁରୁତ୍ବ ଦିଆଯାଇ ପାରିବ, ତାହା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ରାଜଧାନୀର ଟଙ୍କପାଣିସ୍ଥିତ ସାଇ ମନ୍ଦିର, ବରମୁଣ୍ଡାସ୍ଥିତ ଦକ୍ଷିଣ କାଳୀ ମନ୍ଦିର ଓ ବାଣୀବିହାରସ୍ଥିତ ଶନିଦେବ ମନ୍ଦିରକୁ ‘ଭୋଗ୍’ ସାର୍ଟିଫିକେଟ୍‌ ପ୍ରଦାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ପକ୍ଷରୁ ନିକଟରେ ଅଡିଟ୍ ଶେଷ ହୋଇଥିବା ବେଳେ ରେଜିଷ୍ଟ୍ରେସନ୍ କରାଯାଇଛି।

ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ରାଜଧାନୀର ଶ୍ରୀଲିଙ୍ଗରାଜ ଓ ପୁରୀ ଶ୍ରୀମନ୍ଦିରକୁ ପ୍ରାରମ୍ଭିକ ସାର୍ଟିଫିକେଟ୍‌ ତାଲିକାରୁ ବାଦ୍ ଦିଆଯାଇଛି।

ପଢନ୍ତୁ: ପିଆଜ ପରେ ଅଣ୍ଡା ଓ ଚିକେନ ଦାମ ବଢ଼ିବ!

ସମ୍ବନ୍ଧିତ ଖବର

ଆପତ୍ତିଜନକ ବିଜ୍ଞାପନ ଉପରେ ଲାଗିବ ରୋକ

Ratnamani Maharana

ମଧ୍ୟପ୍ରଦେଶରେ କାର୍‌ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

Ratnamani Maharana

୬୦ ପ୍ରତିଶତ ବିଲ୍ ପୈଠ କଲେ ମିଳୁଛି ଛାଡ଼

Ratnamani Maharana

ମହାକାଶରେ ପ୍ରସ୍ତୁତ ହେଲା ଚକୋଲେଟ କୁକିଜ୍‌

Ratnamani Maharana

ଚଳିତ ବର୍ଷ ଲାଗୁ ହେବନି ଯୁକ୍ତ ୨ ପ୍ରଥମ ବର୍ଷରେ ୩୩% ପାସ୍ ନିୟମ

Ratnamani Maharana

ଜାଲରେ ପଡ଼ିଲା ୨ କୁଇଣ୍ଟାଲର ସାଙ୍କୁଚ ମାଛ

Ratnamani Maharana