• Home
  • News
  • ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ମୃତ !
News

ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ମୃତ !

ଭୋଜପୁରୀ ଅଭିନେତ୍ରୀ ମନୀଷା ରାୟଙ୍କର ପରଲୋକ

ଉତ୍ତରପ୍ରଦେଶର ବଳିଆ ଜିଲ୍ଲାରେ ଏକ ସଡକ ଦୁର୍ଘଟଣାରେ ଭୋଜପୁରୀ ଅଭିନେତ୍ରୀ ମନୀଷା ରାୟଙ୍କର ପରଲୋକ ହୋଇଯାଇଛି । ଚିତଉନି ଗ୍ରାମର ଏହି ନାୟିକା ମନୀଷା ରାୟ ଏକ ମୋଟର୍‌ ସାଇକେଲ୍‌ରେ ତାଙ୍କ ସୁଟିଂ ପାଇଁ ଯାଉଥିବା ବେଳେ ଏକ୍‌ କାର୍‌ ତାଙ୍କ ମୋଟର୍‌ ବାଇକ୍‌ରେ ପିଟି ଦେଇଥିଲା। ଅଭିନେତ୍ରୀ ମନୀଷାଙ୍କର ସେହି ମୁହୂର୍ତ୍ତରେ ପରଲୋକ ହୋଇଥିଲା ।

ରିପୋର୍ଟ ଅନୁସାରେ ମନୀଷା ଶୁକ୍ରବାର ଏକ ଶୁଟିଙ୍ଗ ସେଟକୁ ଯିବା ସମୟରେ ଏହି ଅଘଟଣ ଘଟିଥିଲା । ମୃତୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା । ସେ ନିଜର ସହଯୋଗୀ ସଞ୍ଜୀବ ମିଶ୍ରଙ୍କ ବାଇକ୍‌ ପଛରେ ବସି ସୁଟିଂ ପାଇଁ ଯାଉଥିଲେ । ସେହି ସମୟରେ ଏକ କାର୍‌ ଆସି ସେ ବସିଥିବା ବାଇକ୍‌କୁ ପିଟି ଦେଇଥିଲେ । ଗାଡ଼ି ପିଟି ଦେବା ପରେ କାର୍‌ ଚାଳକ ଜଣକ ସେହି ସ୍ଥାନ ଛାଡ଼ି କେଉଁଆଡ଼େ ପଳାଇ ଯାଇଛନ୍ତି।

ମନୀଷାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବାଇକ୍‌ ଚଳାଇଥିବା ସଞ୍ଜୀବ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମନୀଷା ଉଜ୍ୱଲା ପାଣ୍ଡେଙ୍କ ନିର୍ମିତ ଚଳଚ୍ଚିତ୍ର ‘କୋହବର୍‌’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ମନୀଷାଙ୍କ ମୃତ ଶରୀରକୁ ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ମୃତ ! MANISHA

ପଢନ୍ତୁ ;

ଚଳନ୍ତା ଏକ୍ସପ୍ରେସ ଟ୍ରେନ୍‌ରେ ନିଆଁ !

Related posts

୮୧ଟି ନିବେଶ ଭିତ୍ତିକ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Krishna Kumar Manoj

ନିଜର ବାହାଦୁରୀ ପାଇଁ ସର୍ବୋଚ୍ଚ ସାମରିକ ପଶୁ ସମ୍ମାନରେ ସମ୍ମାନିତ ହେଲା ଏହି ପଶୁ

Krishna Kumar Manoj

ବିମୁଦ୍ରାକରଣକୁ ବର୍ଷେ ପୂରିଲା ପରେ ମଧ୍ୟ ଅଚଳ ଟଙ୍କାର ସମସ୍ୟା ପିଛା ଛାଡୁନି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More