ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ

bhuban

ଆଜି ୮ ଦଫା ଦାବିରେ ୧୨ଘଣ୍ଟିଆ ଢେଙ୍କାନାଳ ଜିଲ୍ଲା ଭୁବନ ବନ୍ଦ କରାଯାଇଛି। ବିଜେପି ଯୁବ ମୋର୍ଚ୍ଚା ଭୁବନ ନଗର ମଣ୍ଡଳ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଭୁବନକୁ ସବଡିଭିଜନ ଘୋଷଣା, ଏନ୍ଏସିର ସମସ୍ତ ରାସ୍ତାର ମରାମତି, ପ୍ରଶସ୍ତିକରଣ ଓ ଅନନ୍ତପୁର ଛକରୁ ବାଟତାରିଣୀ ଛକ ପର୍ଯ୍ଯନ୍ତ ରାସ୍ତାକୁ କଂକ୍ରିଟ କରିବା ଆଦି ୮ ଦଫା ଦାବିରେ ଏହି ବନ୍ଦ କରାଯାଉଛି। ବିଜେପିର ଏହି ବନ୍ଦ ଡ଼ାକରାକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ମଧ୍ୟ ମିଳିଛି।

bhuban

ସକାଳ ୬ଟାରୁ ଏହି ବନ୍ଦ ପାଳନ କରାଯାଇଛି। ବାରମ୍ବାର ଭୁବନକୁ ସବଡିଭିଜନ ପାଇଁ ଦାବି ହୋଇ ଆସୁଥିବାବେଳେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଯୁବମୋର୍ଚ୍ଚା ଅଭିଯୋଗ କରିଛି। କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।ଶାନ୍ତିପୂର୍ଣ୍ଣ ଭାବରେ ସକାଳୁ ବନ୍ଦ ପାଳନ ଚାଲିଥିବାବେଳେ ସମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଛନ୍ତି।

ପଢନ୍ତୁ; ଆଜିଠୁ ଓଡ଼ିଶା ଟ୍ରାଭେଲ ବଜାର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More