News

ନିର୍ମାଣ କାର୍ଯ୍ୟ ଚାଲୁଥିଲା ବେଳେ ଭୁଷୁଡିଲା ବମିଖାଲ ଓଭରବ୍ରିଜ, ଜଣେ ମୃତ ଓ ୧୨ ଜଣ ଗୁରୁତ୍ତର

ନିର୍ମାଣ କାର୍ଯ୍ୟ ଚାଲୁଥିଲା ବେଳେ ଭୁଷୁଡିଲା ବମିଖାଲ ଓଭରବ୍ରିଜ, ଜଣେ ମୃତ ଓ ୧୨ ଜଣ ଗୁରୁତ୍ତର

ଭୁବନେଶ୍ଵର କଟକ ରୋଡ ଫ୍ଲାଇଓଭରକୁ ସଂଯୋଗ କରୁଥିବା ସହିଦନଗର ରେଳବାଇ ବମିଖାଲ ଓଭରବ୍ରିଜ ଗତ କାଲି (ରବିବାର) ଅପରାହ୍ନ ପ୍ରାୟ ୧୨ ତ ୪୫ ରେ ଭୁସୁଡି ପଡିଛି । ଏଥିରେ ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଶୀତଲଙ୍କ ସମେତ ୧୨ ଜଣ ଗୁରୁତର ଆହତ ହେଇଛନ୍ତି । ଶୀତଲ ଙ୍କୁ ଏମ୍ସ ରେ ଚିକିସ୍ଛା କରାଯାଉଛି । ଅନ୍ୟ ଆହତମାନେ ନିରମାନଧୀନ ଓଭରବ୍ରିଜର ଶ୍ରମିକ ବୋଲି ଜଣାପଡିଛି ।

ଆଠ ବର୍ଷର ଝିଅ ଶୀତଲକୁ ନୃତ୍ୟ କ୍ଳାସରୁ ନେଇ ନିଜ ହୋଣ୍ଡା ଏଭିଏଟରରେ ଘରକୁ ଫେରୁଥିଲେ ସତ୍ୟବ୍ରତ । ବମିଖାଲ ଛକରୁ ବୁଲିଥାନ୍ତେ ଝାରପଡା ଆଡକୁ । ଅଚାନକ ଆକାଶରୁ ଖସିଲା ମୃତ୍ୟୁ । ମୁଣ୍ଡର ଡାହାଣ ପଟେ ମାଡ ହେଲା ଏକ ଭାରି ଲୁହା ବିମ । ବାପ ଝିଅ ପଡିଗଲେ । ଉପରେ ଲଦି ହେଇଗଲା ଲୁହା ଆଙ୍ଗଲ, କଂକ୍ରିଟ ବିମ ଆଉ ପାହାଡ ପ୍ରମାଣ କଂକ୍ରିଟ, ଲୁହା ରଡ । ଘଟଣା ସ୍ଥଳରେ ବାପା ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ଘଟିଥିଲା ।

ଓଭରବ୍ରିଜର ଗୋଟିଏ ସ୍ଲାବ (ଗୋଟିଏ ପିଲାରରୁ ଆଉ ଗୋଟିଏ ପିଲାର ଯୋଡିବାକୁ ) ଢଳେଇ ପଡୁଥିଲା । ଉପରେ କାମ କରୁଥିବା ଶ୍ରମିକଙ୍କ ସହ ପାଖାପାଖି ୨୦୦ ଟନ ଓଜନର କଂକ୍ରିଟ ଓ ଲୁହାରଡ ୩୫ ଫୁଟ ଉପରୁ କଚାଡି ହେଇ ପଡିଥିଲା । ଖବର ପାଇ ଓଡ୍ରାଫ ଟିମ, ଅଗ୍ନିଶମ ବିଭାଗ, କମିଶାଣରେତ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି । ଏହି ରଡ-ସିମେଣ୍ଟର ଗଦା ତଳେ କିଛି ଶ୍ରମିକ ଛାପି ହେଇ ରହିଥିବା ଆଶଙ୍କାରେ ୮ ଘଣ୍ଟା ଧରି ଉଧାର କାର୍ଯ୍ୟ ଜାରି ରହିଥିଲା । ମାତ୍ର ଆଉ କେହି ମିଳିନଥିବା ସନ୍ଧ୍ୟା ବେଳକୁ ପୁଲିସ ସ୍ପଷ୍ଟ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ କ୍ୟାପିଟାଲ ହସପିଟାଲରେ ଆହାତମାନଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ସହ ଆହତମାନଙ୍କ ମାଗଣା ଚିକିସ୍ଛା ଦାଇତ୍ଵ ରାଜ୍ୟ ସରକାର ଗ୍ରହଣ କରିବେ ବୋଲି ସେ କହିଥିଲେ ।

ଏହି ଘଟଣାରେ ୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୋଲ ନିର୍ମାଣ ଦାୟିତ୍ୱ ନେଇଥିବା ପଣ୍ଡା ଇନଫ୍ରାଷ୍ଟ୍ରକଚର ୩ ଜଣ ନିର୍ଦ୍ଦେଶକ ଓ ଗତକାଲି ନିଲମ୍ବିତ ହୋଇଥିବା ୨ ଜଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ନିଲମ୍ବିତ ଦୁଇ ଇଂଜିନିୟର ହେଉଛନ୍ତି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ, ଅନ୍ୟଜଣ ହେଉଛନ୍ତି କିଶୋର ରାଉତ ।

ନିର୍ମାଣ କାର୍ଯ୍ୟ ଚାଲୁଥିଲା ବେଳେ ଭୁଷୁଡିଲା ବମିଖାଲ ଓଭରବ୍ରିଜ, ଜଣେ ମୃତ ଓ ୧୨ ଜଣ ଗୁରୁତ୍ତର

ଓଡିଆ ସିନେମା କର୍ତବ୍ୟ ବିଷୟରେ ଅଧିକ ତଥ୍ୟ ଜାଣନ୍ତୁ ।

Related posts

ବିଦ୍ୟୁତ ଆପେଲେଟ ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ମଞ୍ଜୁଳା ଚେଲ୍ଲୁର

ENO Beuro

ଭିଡିଓ କନଫରେନ୍‌ସିଂ ଜରିଆରେ ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ENO Beuro

ଭାରତରେ ବି ବ୍ୟାନ୍‌ ହୋଇପାରନ୍ତି ପାକିସ୍ତାନ କଳାକାର

Ratnamani Moharana

4 comments

Leave a Comment