News

ମୋଟର ଯାନ ଆଇନ୍‌ କଡାକଡି ପରେ ଆଉ ବାରରେ ଜମୁନି ଭିଡ

Untitled 1

ନୂଆ ମୋଟର ଆଇନ ଆସିବା ପରେ ଏବେ ଭୟଭୀତ ଜନସାଧାରଣ। ଟିକେ ଅସାବଧାନତା ଯୋଗୁଁ ଗଣିବାକୁ ପଡୁଛି ହଜାର ହଜାର ଟଙ୍କା। ତେବେ ଟ୍ରାଫିକ ନିୟମ କଡାକଡି ପରେ ଆଉ ରାସ୍ତାରେ ଦେଖିବାକୁ ମିଳୁନାହାନ୍ତି ମଦୁଆ। ଏହି ଟ୍ରାଫିକ ନିୟମ  ଯୋଗୁଁ ଭୁବନେଶ୍ଵର ବାରର ମୁଣ୍ଡରେ ପଡିଛି ଚଡକ। ପୂର୍ବରୁ ପୁଲିସ୍‌ ମଦ ପିଇ ଗାଡ଼ି ଚଳାଉଥିବା ବେ‌ଳେ ଧରପଗଡ଼ ବେଳେ ଦୈନିକ ୧୫ ଜଣଙ୍କୁ ଧରୁଥିବା ‌ରେକର୍ଡ ଥିବା ବେଳେ ଏବେ କଟକଣା ପରେ ୫ ଜଣ ମଦ ପିଇ ଗାଡ଼ି ଚଳାଉଥିବା ଅବସ୍ଥାରେ ଧରାପଡ଼ୁଛନ୍ତି।

Download (1)

ସୂଚନାନୁଯାୟୀ, ସଂପ୍ରତି ଭୁବନେଶ୍ବରରେ ୬୩ଟି ବାର୍ କମ୍‌ ରେଷ୍ଟୁରାଣ୍ଟ୍‌ ରହିଛି। ଏହା ବ୍ୟତୀତ ୪୨ଟି ହୋଟେଲ୍‌ ଓ କ୍ଲବ୍‌ରେ ବାର୍‌ ଚାଲିଥିବା ବେଳେ ୧୪ଟି ବିୟର ପାର୍ଲର ରହିଛି। ତେବେ ବାର୍‌ ମାଲିକଙ୍କ କହିବା ମୁତାବକ ଆଗରୁ ବାର୍‌କୁ ୧୫୦ ଲୋକ ଆସୁଥିବା ବେଳେ ଏବେ ଏଇ ସଂଖ୍ୟା ୬୦-୭୦ ମଧ୍ୟରେ ସୀମିତ ରହୁଛି। ଏହା କାହାର କେତେ ଲାଭ ବା କ୍ଷତି କରୁଛି ତାହା ଭିନ୍ନ କଥା, ମାତ୍ର ମୋଟରଯାନ ଆଇନ୍‌ ଲାଗୁ ହୋଇ ଧରପଗଡ଼ ପରର ଏହି ତଥ୍ୟ ନିଶା ମୁକ୍ତ ରାଜ୍ୟ  ପାଇଁ ଆନ୍ଦୋଳନରତ କର୍ମୀମାନଙ୍କୁ ନିଶ୍ଚେ ଟିକେ ସାନ୍ତ୍ବନା ଦେଉଥିବ।

ସଂଜ ନଇଁବା କ୍ଷଣି ମଦ ପିଇବାକୁ ମଦ ଦୋକାନ ଆଗରେ ପ୍ରବଳ ଭିଡ଼ ଲାଗୁଥିଲେ ହେଁ ଏବେ ଆଉ ସେ ଚିତ୍ର ନାହିଁ। ଘରକୁ ମଦ ନେଇ ଯିବାକୁ ବି ସେମାନେ ସାହସ ଜୁଟାଇ ପାରୁନାହାନ୍ତି। ମଦ ପିଇ ଗାଡ଼ି ଚଳାଇବା ବେ‌ଳେ ୧୦ ହଜାର ଟଙ୍କା ତଣ୍ଡ ଗଣୁଗଣୁ କାଳେ ଆଉ କିଛି ଖୁଣ ବାହାରିଯିବ ଏବଂ ସେଥିପାଇଁ ତଣ୍ଡର ବୋଝ ମୁଣ୍ଡ ବିନ୍ଧା କରିବ ସେଇ କଥା ଭାବିଲା ବେଳକୁ ମୁଣ୍ଡ ଘୂରି ଯାଉଛି।

ପଢନ୍ତୁ: ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ: ଗର୍ଲଫ୍ରେଣ୍ଡ ସହ ହୋଟେଲରେ ରହିବା ନୁହେଁ ଅପରାଧ

Related posts

ବ୍ୟବସାୟିକ ସୁଗମତା ଗ୍ରାଣ୍ଡ ଚାଲେଞ୍ଜର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ENO Beuro

ମୋଦିଙ୍କ ବାୟୋପିକକୁ ବିରୋଧ କଲା କଂଗ୍ରେସ: ନିର୍ବାଚନ କମିଶନର ଆଗରେ ହେଲା ଫେରାଦ

Ratnamani Moharana

ଢେଙ୍କାନାଳ:ଗ୍ୟାରେଜରେ ଅଗ୍ନିକାଣ୍ଡ,ଜଳିଗଲା ଦୁଇଟି ବସ

ENO Beuro

1 comment

ଆଜି କଟକରେ ପହଞ୍ଚିବେ ଜଗା-କାଳିଆ September 7, 2019 at 12:35 pm

[…] ମୋଟର ଯାନ ଆଇନ୍‌ କଡାକଡି ପରେ ଆଉ ବାରରେ&hellip… […]

Leave a Comment