EnewsOdia.Com

ଏପ୍ରିଲ ୫ରୁ ୩୬ତମ ଭୁବନେଶ୍ୱର ପୁସ୍ତକ ମେଳା

ଆସନ୍ତା ଏପ୍ରିଲ ମାସ ୫ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ୟୁନିଟ୍- ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ‘ଭୁବନେଶ୍ୱର ପୁସ୍ତକ ମେଳା କମିଟି’ ପକ୍ଷରୁ ରାଜ୍ୟର ସର୍ବବୃହତ୍ ପୁସ୍ତକ ମେଳା ଅନୁଷ୍ଠିତ ହେବ । ଦଶ ଦିନ ବ୍ୟାପୀ ହେବାକୁ ଥିବା ଏହି ପୁସ୍ତକ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ପୁସ୍ତକ ପ୍ରକାଶନୀ ସଂସ୍ଥା ଯୋଗ ଦେବେ ।  ମେଳା ହେବାକୁ ଥିବା ଦଶ ଦିନ ମଧ୍ୟରୁ ୬ ଦିନ ସରକାରୀ ଛୁଟି ଦିବସ ଥିବାରୁ ଏଥର ମେଳା ପରିସରରେ ଅଧିକ ଦର୍ଶକ ଉପସ୍ଥିତ ହେବେ ବୋଲି ଆଶା କରାଯାଉଛି ।

ଏହା ବ୍ୟତୀତ ପ୍ରତ୍ୟେକ ଦିନ ପୁସ୍ତକ ମେଳା ମୁଖ୍ୟ ମଣ୍ଡପରେ ପୁସ୍ତକ ଉନ୍ମୋଚନ, ସାହିତ୍ୟ ସଭା ସମେତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ପୁସ୍ତକ ମେଳା ସମ୍ପର୍କରେ ଏକ ସ୍ମରଣିକା ମଧ୍ୟ ପ୍ରକାଶ କରାଯିବ, ଯେଉଁଥିରେ ପୁସ୍ତକ, ପୁସ୍ତକ ମେଳା ଏବଂ ଅନ୍ୟାନ୍ୟ ସାହିତ୍ୟ ସମ୍ପର୍କିତ ଲେଖା ଓ ତଥ୍ୟ ରହିବ । ପୁସ୍ତକ ମେଳାରେ ଷ୍ଟଲ ନେବାକୁ ଏବଂ ସ୍ମରଣିକାରେ ବିଜ୍ଞାପନ ଦେବାକୁ ଇଚ୍ଛୁକ ସଂସ୍ଥା ଓ ପ୍ରକାଶକମାନେ ପୁସ୍ତକ ମେଳା କମିଟି ଆବାହକ ପବିତ୍ର ପ୍ରଧାନ ଏବଂ ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ ଧଳ (୯୪୩୭୦ ୫୯୪୧୭)ଙ୍କ ସହିତ ଯୋଗାଯୋଗ କରିପାରିବେ ।

ପଢନ୍ତୁ: ଜୈବିକ ଚାଷ କରୁଛନ୍ତି ଧୋନି

ସମ୍ବନ୍ଧିତ ଖବର

ଅହମଦାବାଦରେ ଟ୍ରମ୍ଫଙ୍କୁ ସ୍ୱାଗତ କରିବେ ୧କୋଟି ଲୋକ : ଟ୍ରମ୍ଫ

Ratnamani Maharana

ସାହିତ୍ୟରେ ଓଲ୍‌ଗା ଓ ହ୍ୟାଣ୍ଡ୍‌କେଙ୍କୁ ନୋବେଲ

Ratnamani Maharana

ସରିଲା ଗୋଲାପ ଦିଆନିଆ, ଆଜି କହିବେ ମନର କଥା

Ratnamani Maharana

ଫେବୃଆରୀରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

Ratnamani Maharana

କରୋନା ଭୟରେ ଚିକେନ ଶସ୍ତା

Ratnamani Maharana

‘ମୋ ବସ୍‌’ରେ ବୁଲିବେ କମେଡିଆନ୍ କୁନାଲ କାମରା!

Ratnamani Maharana