News

ଭୁବନେଶ୍ୱରରେ ସାଇକୋ କିଲର୍‌ ଆତଙ୍କ

Untitled 1

କଟକରେ ସାଇକୋ କିଲର ଆତଙ୍କ । ରାଜ୍ୟ ରେଳବାଇ ପୁଲିସ ଜିଆରପି ଥାନାକୁ ହାଇଆଲର୍ଟ ଜାରି କରିଛି। କଟକ ପରେ ଭୁବନେଶ୍ୱରରେ ବି ଛାନ୍‌ଭିନ୍‌ । କଟକରେ ସାଇକୋ କିଲର ଆତଙ୍କ ପରେ ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୁବନେଶ୍ୱରରେ ବି କମିଶନରେଟ୍‌ ପୋଲିସର ଛାନ୍‌ଭିନ୍‌ ଜୋରଦାର୍‌ । କଟକ ସମେତ ଭୁବନେଶ୍ୱର କମିଶନରେଟ୍‌ ପୋଲିସର ମଧ୍ୟ ନିଦ ହଜାଇ ଦେଇଛି ତଣ୍ଟିକଟା ସାଇକୋ କିଲର । ତିନି ତିନି ଜଣଙ୍କ ତଣ୍ଟି କାଟି ଫେରାର ଥିବା ସାଇକୋ କିଲରକୁ ଖୋଜିବାକୁ ଭୁବନେଶ୍ୱର ଓ କଟକ କମିଶନରେଟ୍‌ ପୋଲିସ ରାତି ତମାମ ଛାନ୍‌ଭିନ୍‌ ଚଳାଇଛି ।

Ddd 15

ଭୁବନେଶ୍ୱରରେ  ଡିସିପି ଅନୁପ ସାହୁ  ରାତିରେ ନିଜେ ବୁଲି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । ଫୁଟ୍‌ପାଥ୍‌ରେ ଶୋଉଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଉଥିବା ଜଣାପଡ଼ିଛି । ରସୁଲଗଡ଼, ଇନ୍‌ଫୋସିଟି, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର, ରାମମନ୍ଦିର ଛକରେ ପୋଲିସ ପକ୍ଷରୁ ବ୍ଲକେଡ୍‌ କରି ସବୁ ଗାଡ଼ିଗୁଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଥିଲା । ଚାରି ଚକିଆ ସମେତ ଦୁଇ ଚକିଆଗୁଡ଼ିକୁ ମଧ୍ୟ ପୋଲିସ ଅଟକାଇ ଛାନ୍‌ଭିନ୍‌ କରିଛି ।

ପଢନ୍ତୁ: ଭାରତୀୟ କ୍ରିକେଟ ଦଳକୁ ମିଳିଲା ନୂଆ ସ୍ପନସର, ଟିମ୍ ଇଣ୍ଡିଆ ଜର୍ସିରେ OPPO ବଦଳରେ ରହିବ BYJU’S

Related posts

ନେହେରୁଙ୍କ ସମ୍ବନ୍ଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଦଲାଇଲାମା

ENO Beuro

ପୁଣି ଥରେ ମୋଦିଙ୍କୁ ହତ୍ୟା ଧମକ

ENO Beuro

ଗାଡି ଚାଳକଙ୍କ ପାଇଁ ବଡ ଖବର : ଡିଏଲ୍‌ରେ ସଂଯୋଗ ହେବ ଆଧାର

ENO Beuro

Leave a Comment