Loading...

ଫେବୃଆରୀ ନ ସରୁଣୁ ଲୋକଙ୍କୁ କଲବଲ କଲାଣି ମୁଣ୍ତଫଟା ଖରା

ଫେବୃଆରୀ ନ ସରୁଣୁ ଲୋକଙ୍କୁ କଲବଲ କଲାଣି ମୁଣ୍ତଫଟା ଖରା

ଫେବୃଆରୀ ନ ସରୁଣୁ ଲୋକଙ୍କୁ କଲବଲ କଲାଣି ମୁଣ୍ତଫଟା ଖରା। ଦିନ ୧୧ଟା ପରେ ବାହାରକୁ ଯିବା ମୁସକିଲ ହୋଇପଡ଼ିଥିବା ବେଳେ ଜନଶୂନ୍ୟ ହୋଇଯାଉଛି ରାସ୍ତାଘାଟ । ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ନେଇ ଆକଳନ କରୁଛି ପାଣିପାଗ ବିଭାଗ । 

ଫେବୃଆରୀ ନ ସରୁଣୁ ଲୋକଙ୍କୁ କଲବଲ କଲାଣି ମୁଣ୍ତଫଟା ଖରା। ଦିନ ୧୧ଟା ପରେ ବାହାରକୁ ଯିବା ମୁସକିଲ ହୋଇପଡ଼ିଥିବା ବେଳେ ଜନଶୂନ୍ୟ ହୋଇଯାଉଛି ରାସ୍ତାଘାଟ । ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ନେଇ ଆକଳନ କରୁଛି ପାଣିପାଗ ବିଭାଗ । ମଙ୍ଗଳବାର ଦିନ ତାପମାତ୍ରା ୩୮ ଡି଼ଗ୍ରୀ ରହିଥିଲା । ଯାହା ଚଳିତବର୍ଷର ଏହା ସର୍ବାଧିକ ତାପମାତ୍ରା ବୋଲି କୁହାଯାଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଗତବର୍ଷ ତୁଳନାରେ ଚଳିତ ବର୍ଷ ତାପମାତ୍ରା ସାମାନ୍ୟ ଅଧିକ ରହିବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବାରୁ ଭୁବନେଶ୍ବର ସମେତ ମାଲକାନିଗିରି, ସୋନପୁର, ଝାରସୁଗୁଡା, ବୌଦ୍ଧ, ତାଳଚେର, ଅନୁଗୁଳ ଏବଂ ନୟାଗଡରେ ସ୍ବାଭାବିକ ଠାରୁ ୬ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ତାପମାତ୍ରା। ଅନ୍ୟପଟେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ପାଇଁ କିଛି ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। ଆସନ୍ତା ୨ ଦିନ ଯାଏଁ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ଘନକୁହୁଡି ଅନୁଭୁତ ହେବ ।  

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.