News

ଭୁବନେଶ୍ଵର ଆଇଆଇଟି ଛାତ୍ରଙ୍କ ଆଣ୍ଟାର୍କଟିକାରେ ମୃତ୍ୟୁ

ମୃତ ଛାତ୍ରଙ୍କ ଘର ପଶ୍ଚିମ ବଙ୍ଗରେ

ଆଣ୍ଟାର୍କଟିକା ଅଭିଯାନରେ ଯାଇଥିବା ଭୁବନେଶ୍ଵର ଆଇଆଇଟି ଛାତ୍ର ଶୁଭଜିତ ସେନ୍ ଙ୍କର ଅକାଳ ମୃତ୍ୟୁ ଘଟିଛି । ୨୪ ବର୍ଷୀୟ ସେନ୍ ପଶ୍ଚିମବଙ୍ଗର ବାସିନ୍ଦା ଓ ସେ ୩୭ତମ ବିଜ୍ଞାନ ଗବେଷଣା ଅଭିଯାନରେ ସାମିଲ ଥିଲେ ।ଆଣ୍ଟାର୍କଟିକାରେ ଥିବା ଭାରତୀୟ ଗବେଷଣା କେନ୍ଦ୍ର ‘ ମୈତ୍ରୀ ‘ ନିକଟରେ ବୁଧବାର ତାଙ୍କର ମୃତ୍ୟୁ ଘଟିଛି ।

ନ୍ୟାସନାଲ ସେଣ୍ଟର ଫର ଆଣ୍ଟାର୍କଟିକା ଆଣ୍ଡ ଓସନ୍ ରିସର୍ଚ୍ଚ ( ଏନ୍ ସିଏ ଓଆର ) ପକ୍ଷରୁ କୁହାଯାଇଛି । କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ପ୍ରତିବର୍ଷ ଏନ୍ ସିଏ ଓଆର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଆଣ୍ଟାର୍କଟିକା ଅଭିଯାନରେ ପଠାଯାଏ ।

ସେନ୍ ଏକ ଗବେଷଣା ପ୍ରକଳ୍ପ ( ଡିଫର୍ମେସନ-ଫାବ୍ରିକ ଇନ୍ ସବ୍ ଗ୍ଲାସିଆ ଟିଲ୍ ଏକ୍ସପୋଜ୍ ଶିର୍ ମାଚର ଓଏସିସ୍ ) ପାଇଁ ଏହି ଅଭିଯାନରେ ଯିବା ଲାଗି ମନୋନୀତ ହୋଇଥିଲେ । ୨୦୧୭ ନଭେମ୍ବରରୁ ୨୦୧୮ ଏପ୍ରିଲ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲୁଛି । ତେବେ ମୈତ୍ରୀ ଷ୍ଟେସନରୁ ଆଣ୍ଟାର୍କଟିକାର ଶେଷ ପର୍ଯ୍ୟନ୍ତ ଆଇସ୍ ସେଲ୍ଫ ( ବିଶାଳ ଆକାର ଭାସମାନ ବରଫ ଚଟାଣ ) ର ଦୂରତା ୮୦କି.ମି. ।

ମାର୍ଚ୍ଚ ମାସରେ ମାତ୍ର ଦୁଇ ସପ୍ତାହ ପାଇଁ ମୈତ୍ରୀ ଷ୍ଟେସନରୁ ଶେଷ ପଏଣ୍ଟ ପର୍ଯ୍ୟନ୍ତ କନଭୟ ଅପରେସନ ଚାଲେ । ଏହି ଅଭିଯାନର ସବୁଠାରୁ ଜଟିଳ ପର୍ଯ୍ୟାୟ ବରଫ ଚଟାଣ ଉପର ଦେଇ ବୈଜ୍ଞାନିକ ତଥା ଗବେଷକମାନେ ନିଜର ଗବେଷଣା ଉପକରଣ ନେଇଯାଇଥାନ୍ତି ।

ସେନ୍ ଏହି କନଭୟ ଅପରେସନ ସହାୟତାରେ ଶେଷ ପଏଣ୍ଟ ପର୍ଯ୍ୟନ୍ତ ଯାଇଥିଲେ ଏବଂ ମଙ୍ଗଳବାର ସେଠାରୁ ନିଜର ଗବେଷଣା କାର୍ଯ୍ୟ ସାରି ଫେରିଲା ବେଳକୁ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ କନଭୟରେ ଥିବେ ଡାକ୍ତର ମାନେ ପ୍ରଥମେ ଚିିକିତ୍ସା କରିଥିଲେ ।

ତାପରେ ତାଙ୍କୁ ଏୟାରଲିପ୍ଟ କରି ମୈତ୍ରୀ ଷ୍ଟେସନକୁ ଅଣାଯାଇଥିଲା । ସେଠାରେ ଅଭିଯାନରେ ଯାଇଥିବା ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ପ୍ରୟାସ କରିଥିଲେ । ମାତ୍ର ଚିିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ପଢନ୍ତୁ ;

ଏପ୍ରିଲ ୧ରୁ ତାତିରୁ ଆଶ୍ଵସ୍ତି , ଆଜି କାଳବୈଶାଖୀ ସମ୍ଭାବନା

Related posts

ବରିଷ୍ଠ ସାମ୍ବାଦିକ କୁଳଦୀପ ନାୟାରଙ୍କ ୯୫ ବର୍ଷ ବୟସରେ ପରଲୋକ

ENO Beuro

ଶପଥ ଗ୍ରହଣ ଉତ୍ସବରେ ଭାରତୀୟ କ୍ରିକେଟରଙ୍କୁ ନିମନ୍ତ୍ରଣ କଲେ ଇମ୍ରାନ

ENO Beuro

ମାଲକାନଗିରି ମୁନସା ଗାଁରୁ ଉଦ୍ଧାର କୁମ୍ଭୀର ଗଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରକୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More