News

ଖରାରେ ଜଳିଲା ରାଜଧାନୀ: ଦିନକରେ ବଢିଲା ୪.୧ ଡିଗ୍ରୀ

ଆକାଶରୁ ବର୍ଷିଲା ନିଆଁ । ଆଜିଯାଏ ଏପରି ଖରା ହୋଇନଥିଲା। ଆସନ୍ତା କାଲି ପ୍ରଚଣ୍ଡ ଉଗ୍ର ରୂପ ନେଇଥିଲା ଗ୍ରୀଷ୍ମ ପ୍ରବାହ । ପାରଦ ୪୩.୭ ଡିଗ୍ରୀ ଟପିଯାଇଥିଲା। ଗୋଟିଏ ଦିନକରେ ରାଜଧାନୀର ତାପମାତ୍ରା  ବଢିଥିଲା ୪.୧ ଡିଗ୍ରୀ। ଖରା ତାତିରେ ଜଳୁଛି ସାରା ଓଡ଼ିଶା। ମଙ୍ଗଳବାର ରାଜଧାନୀ ଭୁବନେଶ୍ବର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର  ପାଲଟିଥିଲା। ଏପରି କି, ଟିଟିଲାଗଡ଼ ଓ ତାଳଚେରକୁ ପଛରେ ପକାଇ ଭୁବନେଶ୍ବର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି।

ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ୪୩.୭ ଡିଗ୍ରୀ ସେଲସିୟସ୍  ରେକର୍ଡ କରାଯାଇଛି। ରାଜ୍ୟରେ ଆହୁରି ୨୪ଘଣ୍ଟା ଲାଗି ରହିବ ତାତି । ଗତ ୨୪ ଘଣ୍ଟା ମଧ୍ୟରେ ୮ଟି ସହରର ୪୦ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଶୁକ୍ରବାର ଠାରୁ ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ  ସମ୍ଭାବନା ରହିଥିବାରୁ ୨୦ ତାରିଖ ଯାଏ ଟିକେ ଆଶ୍ଵସ୍ତି ମିଳିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ
ପଢନ୍ତୁ: ଓଡିଶାର ବିକାଶରେ ବାଧା ଆଣୁଛି ବିଜେଡ଼ି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

୨୪ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା

ENO Beuro

ବିଏସ୍‌ଏଫ୍‌ ଧ୍ୱଂସ କଲା ପାକ୍‌ ସେନାର ଅସ୍ତ୍ରଭଣ୍ଡାର

ENO Beuro

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଗୋଟେ ପରିବାରର ୧୦ ମୃତ

ENO Beuro

Leave a Comment