News

ପୁଣି ଲେଉଟିଲା ତାତି : ଭୁବନେଶ୍ଵର ସର୍ବାଧିକ ୪୧.୨ ଡିଗ୍ରୀ

୧୦ ସହର ୪୦ ଡିଗ୍ରୀ ତାତିରେ ଜଳିଲା

ରାଜ୍ୟର ବିଭିନ୍ନ ସ୍ଥାନରେ ଖରାର ପ୍ରଭାବ ଜାରି ରହିବ।  କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ।  ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତକାଲି ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ସ୍ଥାନ ପାଇଥିଲା ।  ଭୁବନେଶ୍ୱରର ତାପମାତ୍ରା ୪୧. ୨ ଡିଗ୍ରୀ ସେଲସିୟସ ଥିଲା । ୪୧ ଡିଗ୍ରୀ ସହ ବଲାଙ୍ଗିର, ଟିଟିଲାଗଡ଼ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଥିଲା ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଭୁବନେଶ୍ୱର ବ୍ୟତୀତ ଆଉ ୯ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା । ପଶ୍ଚିମ ଓଡ଼ିଶାର ବିଭିନ୍ନ ସହର ତାପମାତ୍ରା ବି ବଢ଼ିଛି। ଟିଟିଲାଗଡ଼ ଓ ବଲାଙ୍ଗୀର ତାପମାତ୍ରା ୪୧ ଡିଗ୍ରି ରହିଥିବା ବେଳେ ହୀରାକୁଦ, ଝାରସୁଗୁଡ଼ା ଓ ତାଳଚେରରେ ୪୦.୬ ଡିଗ୍ରି, ଚନ୍ଦବାଲିରେ ୪୦.୪, ଅନୁଗୁଳରେ ୪୦.୩, ମାଲକାନଗିରିରେ ୪୦.୨, ସମ୍ବଲପୁରରେ ୪୦ ଡିଗ୍ରି ରୋକର୍ଡ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୌଣସି ବି ସ୍ଥାନରେ ବର୍ଷା ହୋଇ ନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା କ୍ଷୀଣ। କାଁ ଭାଁ କାଳବୈଶାଖୀର ଆଶଙ୍କା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ୫୦ରୁ ୬୦ କି.ମି. ବେଗରେ ପବନ ହେବା ସହ ବର୍ଷା ହୋଇପାରେ । ୧୯ ଓ ୨୦ ତାରିଖ ବେଳକୁ ଅଧିଂଶ ସହରର ତାପମାତ୍ରା ୪୨ ଡିଗ୍ରି ଉପରକୁ ଚାଲିଯିବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ପଢନ୍ତୁ ;

ନିୟମିତ ଲେମ୍ବୁପାଣି ପିଉଛନ୍ତି କି? ସାବଧାନ! ନଚେତ ପଡ଼ିପାରନ୍ତି ଅସୁବିଧାରେ

Related posts

ଆସନ୍ତା ବୁଧବାର ସୁଦ୍ଧା ନୂଆ ଦରରେ ମିଳିବ ଆବଶ୍ୟକୀୟ ସାମଗ୍ରୀ

ENO Beuro

ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ଶେଷ, ଉଭୟ ସୁସ୍ଥ ଥିବାର ସୂଚନା

ENO Beuro

ଆଜି ପବିତ୍ର ମଉଳା ଶ୍ରାଦ୍ଧ ବା ମହାଳୟା ଶ୍ରାଦ୍ଧ , ପିତୃପୁରୁଷଙ୍କ ପିଣ୍ଡଦାନ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁଙ୍କ ଭିଡ

ENO Beuro

Leave a Comment