News

୩ରୁ ଭୁବନେଶ୍ୱରରୁ ଅହମ୍ମଦାବାଦ ସିଧାସଳଖ ବିମାନସେବା

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରୁ ଅହମ୍ମଦାବାଦକୁ ବିମାନସେବା ଆରମ୍ଭ ହେବ। ଯାତ୍ରୀଙ୍କୁ ପ୍ରତିଦିନ ଏହି ବିମାନସେବା ମିଳିବ। ମଧ୍ୟାହ୍ନ ୧୧ଟା ୫୦ ମିନିଟରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ କରିବ ଏବଂ ଅପରାହ୍ଣ ୨ଟା୧୦ରେ ଅହମ୍ମଦାବାଦରେ ପହଞ୍ଚିବ। ସେହିପରି ଅହମ୍ମଦାବାଦରୁ ସକାଳ ୮ଟା୫୫ ମିନିଟରୁ ବିମାନ ଉଡ଼ାଣ କରିବ ଏବଂ ଦିନ ୧୧ଟା୨୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବ।

indigo ବିମାନ ୩ରୁ ଭୁବନେଶ୍ୱରରୁ ଅହମ୍ମଦାବାଦ ସିଧାସଳଖ ବିମାନସେବା indigo

ଅନ୍ୟପକ୍ଷରେ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ନୂଆ ଓ୍ବିଣ୍ଟର ସିଡ୍ୟୁଲ୍‌ ପ୍ଲାନ୍‌ ଅନୁଯାୟୀ ଭୁବନେଶ୍ୱରରୁ ମୋଟ ୬୮ଟି ବିମାନ ଉଡ଼ାଣ କରିବ। ଏବେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରତିଦିନ ୪୨ଟି ବିମାନ ବିଭିନ୍ନ ସ୍ଥାନକୁ ଉଡ଼ାଣ କରୁଥିବା ବେଳେ ନୂଆ ଯୋଜନାରେ ଭୁବନେଶ୍ୱରରୁ କୋଏମ୍ବାଟୁରକୁ ବିମାନସେବା ଆରମ୍ଭ ହେବ। ପ୍ରତିଦିନ କୋଲ୍‌କାତାକୁ ୧୭, ନୂଆଦିଲ୍ଲୀକୁ ୧୨ ଓ ବେଙ୍ଗାଲୁରୁକୁ ୧୫ଟି ବିମାନ ସହ ମୁମ୍ବାଇ, ହାଇଦ୍ରାବାଦ୍‌ ଓ ଚେନ୍ନାଇକୁ ୫ଟି ଲେଖାଏ, ଅହମ୍ମଦାବାଦ ଓ ରାୟପୁରକୁ ୨ଟି ଏବଂ ଭାଇଜାଗ୍‌, କୋଏମ୍ବାଟୁର, ଝାରସୁଗୁଡ଼ା, ରାଉରକେଲା ଓ କୁଆଲାଲମ୍ପୁରକୁ ଗୋଟିଏ ଲେଖାଏ ବିମାନ ଚାଲିବ।

ପଢନ୍ତୁ;ହୀରାକୁଦର ବନ୍ଦ ହେଲା ୫ଟି ଗେଟ

Related posts

ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’,୧୦୦ ରୁ ୧୩୫ କିମି ରହିବ ପବନର ବେଗ

ENO Beuro

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ENO Beuro

‘ମୁଁ ହିରୋ, ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More