News

ରାଜଧାନୀରେ ରଙ୍ଗ ବେରଙ୍ଗୀ ଫ୍ୟାନସୀ ଶୀତ ପୋଷାକ ର ଭରପୁର ସମ୍ଭାର

ରାଜଧାନୀରେ ରଙ୍ଗ ବେରଙ୍ଗୀ ଫ୍ୟାନସୀ ଶୀତ ପୋଷାକ ର ଭରପୁର ସମ୍ଭାର

ସାରା ରାଜ୍ୟରେ ଶୀତର ଲହରୀ ଜରିରହିଛି । ସେହିପରି ରାଜଧାନୀରେ ମଧ୍ୟ ଶୀତଋତୁ ଏବେ ରାଜ କରୁଛି । ଏଣୁ ଶୀତକାଳୀନ ବସ୍ତ୍ରକୁ ନେଇ ମଧ୍ୟ ବ୍ୟବସାୟୀମାନଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । ରାଜଧାନୀ ରାଜରାସ୍ତା କଡରେ ରଙ୍ଗ ବେରଙ୍ଗୀ ଫ୍ୟାନସୀ ଶୀତ ପୋଷାକ ର ଭରପୁର ସମ୍ଭାର ଖୁବ ଆକର୍ଷଣୀୟ ଲାଗୁଛି । ଫୁଟପାଥ୍ ଠାରୁ ନାମୀ ବ୍ୟବସାୟୀକ ସଂସ୍ଥା ଯାଏଁ ସବୁଠି ଶୀତ ପୋଷାକର ଆସରା ଦେଖିହେଲାଣି । ଶୀତର ଅବଧି ଓ ତୀବ୍ରତାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଭଳିକି ସୁଇଟର, କ୍ୟାପ୍, ଗ୍ଲୋଭସ, ସାଲ୍, ଜାକେଟ, ମଫଲର, ସକ୍ସ , ବ୍ଲାଙ୍କେଟ ଆଣି ଦେଇଛନ୍ତି । ଲେଦର ଜ୍ୟାକେଟ ସାଙ୍ଗକୁ ଉଲେନ ସୁଇଟର ହ୍ୟାପ୍ ଜାକେଟ୍, ଗଳାବନ୍ଧା ଜାକେଟ ଓ ଫ୍ୟାନସୀ ସାଲ୍ ଆଦିର ଚାହିଦା ରାଜଧାନୀରେ ରହିଛି ବୋଲି ଜଣେ ବ୍ୟବସାୟୀ କହନ୍ତି ।

ହରିୟାଣା, ପଞ୍ଜାବ, ନେପାଳର ବିକ୍ରେତାମାନଙ୍କ ସହ  ଚନ୍ଦ୍ରଗିରି ଅଂଚଳର ତୀବ୍ଦତୀୟ ମାନଙ୍କ ସହିତ ଓଡ଼ିଶାର ଶୀତବସ୍ତ୍ର ବେପାରୀମାନେ ପସରା ମେଲାଇଛନ୍ତି । ଶୀତ ବଢିବା ସହ ଅଧିକ କାରବାର ହେବାର ଆଶା ରଖିଛନ୍ତି ସେମାନେ ।

ରାଜଧାନୀରେ ରଙ୍ଗ ବେରଙ୍ଗୀ ଫ୍ୟାନସୀ ଶୀତ ପୋଷାକ ର ଭରପୁର ସମ୍ଭାର

ପଢନ୍ତୁ,   ସାରା ଓଡିଶାରେ ଶୀତର ଲହରୀ : ରାତି ସହିତ ଦିନରେ ମଧ୍ୟ ଖସୁଛି ପାରଦ

Related posts

ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟର ଉଦଘାଟନ, ୨୦୨୩ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ

ENO Beuro

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାରା ଦେଶର ଅଙ୍ଗନୱାଡ଼ି କର୍ମୀ

ENO Beuro

୨୯ ରେ ଲଘୁଚାପ ସମ୍ଭାବନା ,୨୮ ରୁ ୩୧ ଯାଏଁ ବର୍ଷା

ENO Beuro

1 comment

Leave a Comment