Bollywood

ବିବାହ ସିନେମା ର ଛୋଟ ଝିଅ ଅମୃତା ପ୍ରକାଶ, ଏବେ କେମିତି ଦିଶୁଛନ୍ତି ଆସନ୍ତୁ ଜାଣିବା

By ENO Beuro

August 23, 2017

ଶହୀଦ କପୂର ଓ ଅମୃତା ରାଓ ଙ୍କ ୨୦୦୬ ର ସିନେମା “ବିବାହ” ଏକ ସୁପେରହିତ ସିନେମା ଥିଲା । ଏହି ସିନେମା ରେ ଏମାନଙ୍କ ଛଡା ଆଉ ଏକ ଚରିତ୍ର ଥିଲା ଯିଏ କି ଅମୃତା ଙ୍କ ସାନ ଭଉଣୀ “ଛୋଟୀ” ର ଅଭିନୟ କରୁଥିଲା । ବିବାହ ସିନେମା ରେ ଏହି ସାନ ଭଉଣୀ ଅଭିନୟ କରିଥିବା ନାୟିକା ଙ୍କ ନାମ ହେଉଛି ଅମୃତା ପ୍ରକାଶ । ସେ ଏକ ଅତି ସାଧାରଣ ଭୂମିକାରେ ଦର୍ଶକଙ୍କ ହୃଦୟ କୁ ଜିତିଥିଲେ । କିନ୍ତୁ ବାସ୍ତବ ଜୀବନେ ତାଙ୍କୁ ଦେଖିଲେ ଆପଣ ଆଦୌ ଚିହ୍ନି ପାରିବେନି କି ଏ ସେଇ ଝିଅ ନା ଆଉ କିଏ।

ଅମୃତା ପ୍ରକାଶ ଯେତେବେଳେ ମାତ୍ର ୪ ବର୍ଷର ଥିଲେ ସେତେବେଳେ ଅଭିନୟ ଜଗତକୁ ଆସିଥିଲେ ଓ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ୧୪ ବର୍ଷ ବୟସରେ ଭାରତ ର ପ୍ରଥମ ରିୟ୍ଯାଲିଟି ଷୋ କ୍ୟା ମସ୍ତି କ୍ୟା ଧୂମ ରେ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ଙ୍କ ସହ ଆଙ୍କରିଙ୍ଗ କରିବାର ସୁଯୋଗ ମିଳିଲା ।

ସେ ଟିଭି ର ବହୁତ ଧାରାବାହିକ ଯେମିତିକି ଫାକ୍ସ କିଡ୍ସ, ରିସ୍ତେ, କାଶ୍ମୀର, ହାର ଘର କୁଛ କହତା ହୈ, ଗୁମରାହ ସିଜନ ୩, ଲବ ବାଇ ଚାନ୍ସ, ଏକ ରିସତା ଏସା ଭି, ହଲା ବୋଲ ସିଜନ ୨, ଆକବର ବୀରବଲ, ପ୍ୟାର ତୁନେ କ୍ୟା କିଆ, ୟହ ହୈ ଆସିକି, ସାବଧାନ ଇଣ୍ଡିଆ ଇତ୍ୟାଦି ରେ କାମ କରିସାରିଛନ୍ତି ।

ବଲୀଉଡ ରେ ଅମୃତା ୨୦୦୨ ର ସିନେମା ତୁମ ବିନ ଜରିଆରେ ନିଜର ସିନେମା କେରିୟାର ଆରମ୍ଭ କରିଥିଲେ । ଏତିରେ ସେ ମିଲୀ ର ଚରିତ୍ର ରେ ଅଭିନୟ କରିଥିଲେ । ଏହା ପରେ ସେ ବହୁତ ଗୁଡିଏ ହିନ୍ଦୀ ଓ ମଳୟାଲାମ ସିନେମା ଯେମିତି କି କୋଇ ମେରେ ଦିଲ ମେ ହେ, ବି ଅର ଫ୍ଯାମିଲି, ମଞ୍ଜୁପୋଲେରୁ ପେଙ୍କୁଟି ରେ କମ କରିସାରିଛନ୍ତି ।