News

ପ୍ରଥମ ଓଡ଼ିଆ ଭାବେ ଅଲମ୍ପିକ୍ସରେ ଚମକିବେ ବିଭୂ କଲ୍ୟାଣ

Bibhu Kalyan Appointed In Tokio Olympics Thumbnail 750x430

ଓଡ଼ିଶା କ୍ରୀଡ଼ା‌କୁ ବୁଧବାର ମିଳିଛି ବଡ଼ ଖୁସି ଖବର। ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ଓଡ଼ିଆ ଡାକ୍ତର ବିଭୁକଲ୍ୟାଣ ନାୟକ ମନୋନୀତ ହୋଇଛନ୍ତି। ଯାହା ସମଗ୍ର ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। କିନ୍ତୁ କୌଣସି ଖେଳାଳି ଭାବେ ନୁହେଁ, ଜଣେ ଅଫିସିଆଲ ଭାବେ । କ୍ରୀଡା ଚିକିତ୍ସକ ଭାବେ ଦେଶ ଓ ବିଦେଶରେ ନାମ କମାଇଥିବା ଓଡିଆ ପୁଅ ଡାକ୍ତର ବିଭୂ କଲ୍ୟାଣ ନାୟକଙ୍କୁ ମିଳିଛି ଅଲିମ୍ପିକ୍ସ ଟିକେଟ । ଆସନ୍ତା ୨୦୨୦ରେ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ସେ ଜଣେ ମେଡିକାଲ ଅଫିସର ଭାବେ କାର୍ଯ୍ୟକରିବେ । ଏନେଇ ଅନ୍ତର୍ଜାତୀୟ ହକି ଫେଡେରେସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତାଙ୍କ ସହ ଦକ୍ଷିଣ ଆଫ୍ରିକା ଓ ଜର୍ମାନୀର ଜଣେ ଜଣେ ଡାକ୍ତର ଅଛନ୍ତି ।

Vlcsnap 2019 09 12 10h28m20s246

ତେବେ ଅଲିମ୍ପିକ୍ସ ପରି ଏକ ବିଶ୍ୱସ୍ତରୀୟ କ୍ରୀଡା ମହାକୁମ୍ଭରେ ଏଭଳି ସୁଯୋଗ ପାଇବାରେ ବିଭୂକଲ୍ୟାଣ ପ୍ରଥମ ଓଡିଆ । ପୂର୍ବରୁ ସେ ଗତ ହକି ବିଶ୍ୱକପରେ ମେଡିକାଲ ଅଫିସର ଭାବେ କାମ କରୁଛନ୍ତି । ଅନ୍ୟପଟେ ୨୦୦୯ ମସିହାରୁ ଭାରତୀୟ ହକି ଦଳ ସହ କ୍ରୀଡା ଚିକିତ୍ସକ ଭାବେ କାମ କରିଆସୁଛନ୍ତି ।

 ଏଫ୍‌ଆଇଏଚ୍  ମଧ୍ୟ ବୁଧବାର ଟୋକିଓ ଅଲିମ୍ପିକ୍ସ ଲାଗି ବୈଷୟିକ ଅଧିକାରୀ, ବୈଷୟିକ ପ୍ରତିନିଧି, ପୁରୁଷ ଓ ମହିଳା ଅମ୍ପାୟାର ତାଲିକା ଘୋଷଣା କରିଛି। ଏଥିରେ ବିଭୁକଲ୍ୟାଣଙ୍କ ସହ ମାତ୍ର ତିନି ଜଣ ଭାରତୀୟ ସ୍ଥାନ ପାଇଛନ୍ତି। ପୁରୁଷ ଅମ୍ପାୟାର ତାଲିକାରେ ରଘୁ ପ୍ରସାଦ ଏବଂ ଜାଭେଦ୍ ଶେଖ୍ ଅଛନ୍ତି। ହେଲେ ବୈଷୟିକ ଅଧିକାରୀ କିମ୍ବା ମହିଳା ଅମ୍ପାୟାର ତାଲିକାରେ ଜଣେ ହେଲେ ବି ଭାରତୀୟ ନାହାନ୍ତି।

ପଢନ୍ତୁ: ଆଗକୁ ବଢ଼ିବ ବିଦ୍ୟୁତ ଦର!

Related posts

ଏମ୍ସରେ ଭର୍ତ୍ତି ହେଲେ ବାଜପେୟୀ

ENO Beuro

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ୩୦ ମାଓବାଦୀ

ENO Beuro

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ତାଜମହଲରେ ନମାଜ ପଢିବା ମନା

ENO Beuro

Leave a Comment