News

୧୮ ଟଙ୍କା ମାଗି ୧୧,୫୧୮ ଟଙ୍କା ଜରିମାନା ଦେଲା ବିଗ୍ ବଜାର

Big Bazaar

କ୍ୟାରି ବ୍ୟାଗ୍‌ ପାଇଁ ୧୮ ଟଙ୍କା ମାଗିବାରୁ ବିଗ ବଜାର ଉପରେ ପଡିଲା ଚଡକ। ଜଣେ ଗ୍ରାହକଙ୍କୁ ମାସଗ୍ରୀ ପୂରାଇ ନେବାକୁ ଏକ ବ୍ୟାଗ୍‌ ପାଇଁ ୧୮ ଟଙ୍କା ଦାବି କରିବାରୁ  ‘ବିଗ୍‌ ବଜାର’କୁ ୧୧,୫୧୮ ଟଙ୍କା ଜରିମାନା ଦେବାକୁ  ପଡିଛି। ଜଣେ ଗ୍ରାହକଙ୍କୁ ମାସଗ୍ରୀ ପୂରାଇ ନେବାକୁ ଏକ ବ୍ୟାଗ୍‌ ପାଇଁ ୧୮ ଟଙ୍କା ଦାବି କରିବାକୁ କମ୍ପାନି ଉପରେ ଅଭିଯୋଗ ହୋଇଥିଲା।  ଏହି ମାମଲାର ତଦନ୍ତ କରି ଉପଭୋକ୍ତା ମଞ୍ଚ  ବିଗ୍ ବଜାର ଉପରେ ୧୧,୫୧୮ ଟଙ୍କାର ଜରିମାନା ଲାଗୁ କରିଛି ।

 

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପଞ୍ଚକୁଲାର ବାସିନ୍ଦା ସୌରଭ କୁମାରଙ୍କୁ ‘ବିଗ୍‌ ବଜାର’ ଜିନିଷ କିଣିବା ପରେ ବ୍ୟାଗ୍‌ ପାଇଁ ୧୮ ଟଙ୍କା ମାଗିବାରୁ ସେ ଉପଭୋକ୍ତା ମଞ୍ଚରେ ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗରେ ଲେଖିଛନ୍ତି ଯେ ‘ଫେବ୍ରୁଆରି ୨୧ ତାରିଖରେ ସେ ଜିନିଷ କିଣିବା ପାଇଁ ‘ବିଗ୍‌ ବଜାର’କୁ ଯାଇଥିଲେ। କ୍ୟାସ୍‌ କାଉଣ୍ଟର୍‌ରେ ତାଙ୍କୁ କ୍ୟାରି ବ୍ୟାଗ୍‌ ପାଇଁ ଅତିରିକ୍ତ ୧୮ ଟଙ୍କା ଦେବାକୁ କୁହାଯାଇ ଥିଲା। ସେ ମନା କରିଥିଲେ ବି ତାଙ୍କୁ ୧୮ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଇ ଥିଲା।

ଏହି ମାମଲାର ବିଚାର କରାଯାଇ ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ  ପକ୍ଷରୁ କମ୍ପାନି ଉପରେ ୧୧,୫୧୮ ଟଙ୍କା ଜରିମାନା କରାଯିବା ସହ ସାଧାରଣ ଲୋକଙ୍କୁ ଠକି ‘ବିଗ୍‌ ବଜାର’ ପରି ଏକ ବଡ଼ ସଂସ୍ଥା ନୀଚ ସେବା ପ୍ରଦାନ କରୁଛି ବୋଲି କୁହାଯାଇଛି ।

ପଢନ୍ତୁ: ଜମା ଓ ଋଣ ଉପରୁ ସୁଧ ହାର କମାଇବାକୁ ନିଷ୍ପତ୍ତି ନେଇଛି ଏସବିଆଇ

Related posts

ଖୁବ୍‌ଶୀଘ୍ର ଗୃହବନ୍ଦୀରୁ ମୁକୁଳିପାରନ୍ତି ଜାମ୍ମୁକାଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ

Ratnamani Moharana

୧୩ ହଜାରରୁ ଅଧିକ ରେଲଓ୍ବେ କର୍ମଚାରୀ ହେବେ ବହିଷ୍କୃତ

ENO Beuro

ରବିବାରଠାରୁ ଲାଗୁ ହେବ ନୂଆ ମୋଟର ଯାନ ଆଇନ

Ratnamani Moharana

1 comment

ଭୁବନେଶ୍ୱର ଯୁବତୀଙ୍କୁ ପିଛା କରି ଛାତ୍ରୀଙ୍କଠାରୁ ଛେଚା ଖାଇଲେ ରୋଡ ରୋମିଓ September 9, 2019 at 1:12 pm

[…] ୧୮ ଟଙ୍କା ମାଗି ୧୧,୫୧୮ ଟଙ୍କା ଜରିମାନା ଦେଲ… […]

Leave a Comment