Entertainment

ବିଗ ବସ ସିଜନ-୧୨ : ଟିଭି ଅଭିନେତ୍ରୀ ଦୀପିକା କକ୍କର ବିଜେତା

dip

ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କର ବିଗ୍ ବସ୍ ସିଜନ-୧୨ର ବିଜୟିନୀ ଘୋଷିତ ହୋଇଛନ୍ତି। ଗତକାଲି ରାତିରେ ବିଗ୍ ବସ୍ ଗ୍ରାଣ୍ଡ୍ ଫିନାଲେ ସୋ’ରେ ସୁପରଷ୍ଟାର ସଲମାନ୍ ଖାନ୍ ଦୀପିକାଙ୍କୁ ବିଜୟିନୀ ଘୋଷଣା କରିଥିଲେ। ଶ୍ରୀଶାନ୍ତ ଏବଂ ଦୀପିକାଙ୍କ ମଧ୍ୟରେ ଫାଇନାଲରେ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ ଦୀପିକା ଶ୍ରୀଶାନ୍ତଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି।ଶ୍ରୀଶାନ୍ତଙ୍କୁ ରନସ-ଅପ ଟ୍ରଫି ମିଳିଛି।

dip

ବିଗ ବସ ଗ୍ରାଣ୍ଡ ଫିନାଲେରେ ଶୀର୍ଷ ୫ରେ ଦୀପିକା କକ୍କଡ, ଶ୍ରୀସନ୍ଥ, ରୋମିଲ ଚୌଧୁରୀ, ଦୀପକ ଠାକୁର ଏବଂ କରଣବୀର ବୋହରା ପହଂଚିଥିଲେ । ମାତ୍ର ଫିନାଲେ ଆରମ୍ଭରେ କରନବୀର ବୋହରା ଏଲିମିନେଟ ହୋଇଯାଇଥିଲେ । ଏହା ପରେ ରୋମିଲ ଚୌଧୁରୀ ଶୀର୍ଷ ୨ ଦୌଡ଼ରୁ ବାହାରି ଯାଇଥିଲେ ।

ବିଗ ବସ ଫିନାଲେରେ ଜବରଦସ୍ତ ଟୁଇଟରେ ବାକି ବଂଚିଥିବା ଘରଲୋକଙ୍କୁ ଅଫର ଦିଆଯାଇଥିଲା ଯେ, ସେମାନେ ନିଜର ରାଶି ନେଇ ଘରକୁ ଯାଆନ୍ତୁ ଦିପକ ଠାକୁର ନିଜ ରାଶି ନେଇ ପ୍ରତିଯୋଗିତାରୁ ଫେରିଥିଲେ । ଦିପକ ବାହାରି ଯିବା ପରେ ବିଜୟ ପାଇଁ ଭାଇ-ଭଉଣୀ ଦୀପିକା ଏବଂ ଶ୍ରୀଶାନ୍ତ ରହିଲେ । ରଂଗାରଂଗ କାର୍ଯ୍ୟକ୍ରମରେ ଦୀପିକା ଏବଂ ଶ୍ରୀଶାନ୍ତଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଶେଷରେ ବଲିଉଡ଼ ଭାଇଜାନ ଦୀପିକାଙ୍କୁ ବିଜୟିନୀ ଘୋଷଣା କରିଥିଲେ ।

ପଢନ୍ତୁ; ଗୃହପାଳିତ ପଶୁଙ୍କୁ ଘରେ ରଖିଲେ କଣ ହୁଏ ନଜର ପକାନ୍ତୁ

Related posts

ଦୀପିକାଙ୍କ ପରେ ମାଡାମ ତୁଷାଡ୍ସ ମ୍ୟୁଜିୟମରେ ସ୍ଥାନ ପାଇବ ସାହିଦଙ୍କ ମହମ ପ୍ରତିମୂର୍ତ୍ତି

ENO Beuro

ବସ୍ତିରେ ବୁଲୁଛନ୍ତି ଆଲିୟା ଓ ରଣବୀର

ENO Beuro

ଏକାଠି ନଜର ଆସିବେ ସମ୍ବିତ ଓ ସଂଭାବନା

ENO Beuro

Leave a Comment