EnewsOdia.Com

ବନ୍ଦ ହେବ କି ବିଗ୍‌ବସ୍‌ !

କଲର୍ସ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରୀୟ କାର୍ଯ୍ୟକ୍ରମ ‘ବିଗବସ୍-୧୩’ ଆରମ୍ଭରୁ ବିବାଦରେ ଘେରିଯାଇଛି। ସଲମାନ ଖାନଙ୍କ ପ୍ରାୟୋଜିତ ଏହି ଟେଲିଭିଜନ କାର୍ଯ୍ୟକ୍ରମର କଣ୍ଟେଣ୍ଟକୁ ନେଇ ବିବାଦ ଉପୁଜିଥିବା ବେଳେ ଏହାକୁ ବନ୍ଦ କରିବା ଲାଗି ସାରା ଦେଶରେ ଆନ୍ଦୋଳନ ହେଉଛି। ଏଥିରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କୁ ବିଜେପିର ଗାଜିଆବାଦ ବିଧାୟକ ନନ୍ଦ କିଶୋର ଗୁର୍ଜରଙ୍କ ଏକ ଚିଠି ବିଗବସ୍ ସୋକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି।

କେନ୍ଦ୍ରସୂଚନା ଓ  ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଚିଠି ଲେଖି କରଣୀ ସେନା କହିଛି, ‘ ଏକ ଘରୋଇ ଟିଭି ଚ୍ୟାନେଲରେ ବିଗ୍‌ବସ୍‌ ହିନ୍ଦୁ ପ୍ରଥାକୁ ଅପମାନିତ କରି ‘ଲଭ୍‌ଜିହାଦ୍‌’କୁ ସମର୍ଥନ ଦେଉଛି। ଏପରିକି ଯୁବପିଢ଼ିଙ୍କ ପଥଭ୍ରଷ୍ଟ କରୁଛି। ଶୋ’ରେ ବହୁତ ଅଧିକ ଅଭଦ୍ର ଆଚରଣ ଦେଖାଯାଉଛି। ଯାହାକୁ ପରିବାର ସହିତ ବସି ଦେଖିହେବ ନାହିଁ। ’

ସୂଚନାଯୋଗ୍ୟ, ବୁଧବାର ଟ୍ୱିଟର୍‌ରେ #BanBigBoss ଟ୍ରେଣ୍ଡ ହୋଇଥିଲା। ବିଗ୍‌ବସ୍‌ରେ ଅଶ୍ଳୀଳତା ବ୍ୟାପୁଛି ବୋଲି ୟୁଜର୍‌ ଟ୍ୱିଟର୍‌ରେ ଅଭିଯୋଗ କରିଥିଲେ। ତେବେ ବିଗ୍‌ବସ୍‌କୁ ବିରୋଧ କରିବା ଏହା ପ୍ରଥମ ନୁହେଁ। ଗତ ଶୁକ୍ରବାର ଟ୍ୱିଟରରେ ବିଗ୍‌ବସ୍‌ ଲଭ୍‌ଜିହାଦ୍‌କୁ ସମର୍ଥନ କରୁଛି ବୋଲି ଟ୍ରେଣ୍ଡ କରାଯାଇଥିଲା।ଏଥର ଶୋର ଥିମ୍‌ ‘ବେଷ୍ଟ ଫ୍ରେଣ୍ଡ୍‌ ଫର୍‌ ଏଭର୍‌’ ରହିଛି। ଯେଉଁଥିରେ ପୁରୁଷ ଓ ମହିଳା ଏକା ସଙ୍ଗରେ ବେଡ୍‌ ଶେଆର୍ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ପରେ ବିବାଦ ଦେଖା ଦେବାରୁ ନିର୍ମାଣକାରୀ ଏହି କନସେଫ୍ଟକୁ ବଦଳାଇଥିଲେ।

ପଢନ୍ତୁ:  ରାସ୍ତାରୁ ପ୍ଲାଷ୍ଟିକ ଆଣି ଦେଲେ ମିଳିବ ମାଗଣା ଖାଦ୍ୟ

ସମ୍ବନ୍ଧିତ ଖବର

କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

Ratnamani Maharana

ମୁମ୍ବାଇରେ ଓଡ଼ିଆ ପୁଅ ନିର୍ମାଣ କରୁଛନ୍ତି ‘ସିଲଭର ଗାନ୍ଧୀ’

Ratnamani Maharana

କୋରିଓଗ୍ରାଫର ରେମୋ ଡିସୋଜାଙ୍କୁ ଜେଲ୍‌!

Ratnamani Maharana

ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍

Ratnamani Maharana

ସୋନାଙ୍କ ଉପରେ ନିର୍ମାଣ ହେଲା ଡକ୍ୟୁମେଣ୍ଟାରୀ ‘ସଟଅପ୍‌ ସୋନା’

Ratnamani Maharana

‘କୌନ ବନେଗା କରୋଡପତି’ରେ ଦୂତୀ ଚାନ୍ଦ

Ratnamani Maharana