News

ହିନ୍ଦୁ ପୁଅକୁ ପ୍ରେମ କରିବାରୁ ଗଛରେ ବାନ୍ଧି ମାରିଲେ ବାପା ମା’

ବିହାର ନଓ୍ବାଦା ଜିଲ୍ଲାରେ ଜଣେ ମୁସଲମାନ ଝିଅ ହିନ୍ଦୁ ପୁଅକୁ ପ୍ରେମ କରିବା ପଡିଲା ମହଙ୍ଗା। ସେହି ୧୮ ବର୍ଷୀୟ ଝିଅକୁ ଗଛରେ ବାନ୍ଧି ତାଙ୍କ ପରିବାର ଲୋକେ ବେତ୍ରାଘାତ କରିଛନ୍ତି। ଗ୍ରାମ ପଞ୍ଚାୟତର ଆଦେଶ କ୍ରମେ ଝିଅଟି ପ୍ରତି ଏ ଭଳି ଦଣ୍ଡ ବିଧାନ କରାଯାଇଥିଲା।

bihar

ବାପାମା ଝିଅଟିକୁ ଏକ ଗଛରେ ୫ ଘଣ୍ଟା ପର୍ଯ୍ୟନ୍ତ ଅତି ଅମାନୁଷିକ ଭାବେ ବାନ୍ଧି ଦେଇଥିବା ଜଣାପଡିଛି। ଏସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ଝିଅଟିକୁ ଉଦ୍ଧାର କରିବା ସହ ପରବର୍ତ୍ତି ସମୟରେ ଏପରି କାର୍ଯ୍ୟ ନ କରିବା ପାଇଁ ପରିବାର ଲୋକଙ୍କୁ ଚେତାବନୀ ଦେଇଛି।

ସୂଚନାଅନୁସାରେ, ଝିଅଟି କିଛିଦିନ ତଳେ ତାଙ୍କ ପ୍ରେମିକଙ୍କ ସହ ଘରୁ ଚାଲିଯାଇଥିଲେ। ଏହାପରେ ଉଭୟେ ପୁଅଘରେ ଥିବା ଖବର ପାଇ ଝିଅର ପରିବାର ଲୋକେ ସେଠାରେ ପହଞ୍ଚି ଝିଅକୁ ଫେରାଇ ଆଣିଥିଲେ। ପରେ ପଞ୍ଚାୟତ ବସାଇ ଝିଅଟିକୁ ଏହିପରି ଦଣ୍ଡ ବିଧାନ କରାଯାଇଥିବା ସେ ପ୍ରକାଶ କରିଛନ୍ତି।

ପଢନ୍ତୁ;ସେଓ ଖାଇସାରିବା ପରେ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ? ନଚେତ ହୋଇପାରେ ସମସ୍ୟା

Related posts

ବଲିଉଡର ଅଭିନେତା ଇନ୍ଦର କୁମାରଙ୍କ ମୃତ୍ୟୁ ପୂର୍ବର ସୁଇସାଇଡ ଭିଡିଓ ଭାଇରାଲ !

ENO Beuro

ଟୁଇଟର୍‌ ଭିଡିଓ ମାଧ୍ୟମରେ ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ମହିଳାଙ୍କ ଆକୁଳ ନିବେଦନ

ENO Beuro

ଆସନ୍ତା ତିନି ବର୍ଷ ମଧ୍ୟରେ ୪୯ଟି କର୍କଟ ଚିକିତ୍ସା କେନ୍ଦ୍ର ଖୋଲିବାକୁ ସରକାରଙ୍କ ଯୋଜନା

ENO Beuro

Leave a Comment