Loading...

ବିହାରର ମଧୁବନୀ ରେଳ ଷ୍ଟେସନ୍‌ରେ ଠିଆ ହୋଇଥିବା ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ

ବିହାରର ମଧୁବନୀ ରେଳ ଷ୍ଟେସନ୍‌ରେ ଠିଆ ହୋଇଥିବା ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ

ଆଜି ସକାଳେ ମଧୁବନୀ ରେଳ ଷ୍ଟେସନ୍‌ରେ ଗୋଟାଏ ଖାଲି ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଏବଂ ନିଆଁ ଲିଭାଯାଇଥିବା କଥା ପୂର୍ବ କେନ୍ଦ୍ରୀୟ ରେଳବାଇର (ଇସିଆର୍‌) ମୁଖ୍ୟ ଲୋକସମ୍ପର୍କ ଅଧିକାରୀ କହିଛନ୍ତି।

ଆଜି ସକାଳେ ମଧୁବନୀ ରେଳ ଷ୍ଟେସନ୍‌ରେ ଗୋଟାଏ ଖାଲି ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଏବଂ ନିଆଁ ଲିଭାଯାଇଥିବା କଥା ପୂର୍ବ କେନ୍ଦ୍ରୀୟ ରେଳବାଇର (ଇସିଆର୍‌) ମୁଖ୍ୟ ଲୋକସମ୍ପର୍କ ଅଧିକାରୀ କହିଛନ୍ତି।ପୂର୍ବ କେନ୍ଦ୍ରୀୟ ରେଳବାଇ କହିଛି, ପୂର୍ବାହ୍ନ ୯:୫୦ରେ ମଧୁବନୀ ରେଳ ଷ୍ଟେସନରେ ‘ସ୍ବତନ୍ତ୍ର ସେନାନୀ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌’ର ଫାଙ୍କା ବଗିରେ ଲାଗିଥିବା ନିଆଁ ଲିଭାଇ ଦିଆଯାଇଛି। ଏହି ଅଘଟଣରେ କେହି ମୃତାହତ ହୋଇ ନାହାନ୍ତି।

 

ପ୍ରାପ୍ତ ସୂଚନା ଅନୁସାରେ,ଦିଲ୍ଲୀରୁ ଆସି ମଧୁବନୀ ଷ୍ଟେସନ୍‌ ୩ ନମ୍ବର ପ୍ଲାଟ୍‌ଫର୍ମରେ ଠିଆ ହୋଇଥିବା ‘ସ୍ବତନ୍ତ୍ର ସେନାନୀ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌’ରେ ସକାଳ ପ୍ରାୟ ୯ଟା ବେଳେ ହଠାତ୍‌ ନିଆଁ ଜଳିଉଠିଥିଲା। ଖବର ପାଇବା କ୍ଷଣି ଷ୍ଟେସନ୍ କର୍ମଚାରୀ, ସ୍ଥାନୀୟ ପୁଲିସ ଓ  ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ‘ଇସିଆର୍‌’ କହିଛି। ୫ଟି ବଗି ନିଆଁରେ ଜଳିଯାଇଛି ବୋଲି ପୂର୍ବରୁ ରିପୋର୍ଟ କରାଯାଇଥିଲା। କିନ୍ତୁ, ମାତ୍ର ୧ଟି ବଗି ପୋଡ଼ିଯାଇଥିବା କଥା ରେଳବାଇ କହିଛି। ସ୍ବତନ୍ତ୍ର ସେନାନୀ ଏକ୍ସପ୍ରେସ୍‌ ଜୟନଗର ଓ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.