POLITICALS

ବିଜେପିରୁ ଇସ୍ତଫା ଦେଲେ ବିଜୟ ମହାପାତ୍ର

bijay

ଭାଜପାରୁ ୨ ବଡ଼ ନେତା ଇସ୍ତଫା ଦେଇଛନ୍ତି। ପ୍ରଥମେ ଦିଲୀପ ରାୟ ଇସ୍ତଫା ଦେବାର କିଛି ସମୟ ପରେ ବିଜୟ ମହାପାତ୍ର ଦଳରୁ ଇସ୍ତଫା ଦେଇଛନ୍ତି। ବିଜୟ ତାଙ୍କ ଇସ୍ତଫାପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ପଠାଇଛନ୍ତି। ବିଜେପିରୁ ଇସ୍ତଫା ଦେବା ପରେ ବିଜୟ କହିଛନ୍ତି,“ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଦିଲୀପ ରାୟ ବିଦେଶରୁ ଫେରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।”ସେ କହିଛନ୍ତି,“୧୫ ଦିନ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ। ନିର୍ବାଚନ ଲଢ଼ିବି କି ନାହିଁ ପରାମର୍ଶ କଲା ପରେ ନିଷ୍ପତ୍ତି ନେବି।”

bijay

୨୦୦୯ ମସିହାରେ ବିଜେପିରେ ଯୋଗ ଦେଇଥିବା ଶ୍ରୀ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ବିଜେପି ନେତୃତ୍ୱ ଓଡ଼ିଶାର ବିକାଶ ଓ ସ୍ୱାର୍ଥକୁ ଗୁରୁତ୍ୱ ଦେଉ ନାହିଁ। ତେଣୁ ଏପରି ସ୍ଥଳେ ଦଳରେ ରହି କାର୍ଯ୍ୟ କରିବା ସମ୍ଭବ ନ ହେବାରୁ ସେ ଦଳରୁ ଇସ୍ତଫା ଦେଉଥିବା ଶ୍ରୀ ମହାପାତ୍ର କହିଛନ୍ତି। ପୂର୍ବରୁ ଏ ନେଇ ବିଭିନ୍ନ ସମୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ବରିଷ୍ଠ ବିଜେପି ନେତାମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ତାଙ୍କୁ ସୁଫଳ ନ ମିଳିବାରୁ ସେ ଇସ୍ତଫା ଦେଲେ ବୋଲି ଶ୍ରୀ ମହାପାତ୍ର ଘୋଷଣା କରିଛନ୍ତିି।

ପଢନ୍ତୁ; ସକାଳେ ପିଅନ୍ତୁ ଗୋଟାଏ ଗ୍ଲାସ କାକୁଡ଼ି ଜୁସ୍‌,ମିଳିବ ଅନେକ ଫାଇଦା

Related posts

ମାହାଙ୍ଗାରେ ବୈଜୟନ୍ତଙ୍କୁ ବିରୋଧ,ପୁଣି ଆରମ୍ଭ ଛକାପଞ୍ଝା

ENO Beuro

ଭୁବନେଶ୍ବର-କଟକ ମଧ୍ୟରେ ଚାଲିବ ମେଟ୍ରୋ ଟ୍ରେନ୍

Ratnamani Moharana

୧୪୪ ଧାରା ସତ୍ତ୍ୱେ ସ୍ୱାଭାବିକ ଅଛି ଜମ୍ମୁ ଓ କଶ୍ମୀରର ସ୍ଥିତି

Ratnamani Moharana

Leave a Comment