News

ସମସ୍ତ ଋଣ ଫେରାଇବେ ବିଜୟ ମାଲ୍ୟା, ଟୁଇଟ୍‌ ଜରିଆରେ ଜଣାଇଲେ

ଫେରାର ମଦ ବ୍ୟବସାୟୀ ବିଜୟ ମାଲ୍ୟା ସମସ୍ତ ଋଣ ଶୁଝିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଟୁଇଟ୍‌ ଜରିଆରେ ଜଣାଇଛନ୍ତି । ସେ କହିଛନ୍ତି ଯେ ସେ ଅପରାଧୀ ନୁହଁନ୍ତି । କିନ୍ତୁ ତାଙ୍କୁ ଭାରତରେ ଅପରାଧୀ ମାନୁଛନ୍ତି । ରାଜନେତା ଓ ଗଣମାଧ୍ୟମ ସବୁବେଳେ ଯୋର୍‌ ଦେଇ କହୁଛନ୍ତି ଯେ ମୁଁ ପିଏସ୍‌ୟୁ ବ୍ୟାଙ୍କ୍‌ର ଟଙ୍କା ନେଇ ପଳାଇଥିବାରୁ ଖିଲାପକାରୀ ପାଲଟି ଯାଇଛି। ଏ ସବୁ ମିଛ । କର୍ଣ୍ଣାଟକ ହାଇକୋର୍ଟରେ ମୁଁ ଦେଇଥିବା ସାମଗ୍ରିକ ବୁଝାମଣା ସଂକ୍ରାନ୍ତରେ କାହିଁକି ମୋ ପ୍ରତି ସମ ପ୍ରକାରରେ ଉତ୍ତମ ଆଚରଣ କରା ନ ଯିବ? ଦୁଃଖର ବିଷୟ।

bijay

ସୂଚନାଅନୁସାରେ,ବର୍ତମାନ ଲଣ୍ଡନରେ ରହୁଥିବା ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାପଣ ପାଇଁ ୱେଷ୍ଟମିଂଷ୍ଟର କୋର୍ଟରେ ଶୁଣାଣୀ ଚାଲିଛି । ତାଙ୍କ ବିରୁଦ୍ଧରେ ଭାରତୀୟ ବ୍ୟାଙ୍କରୁ ୯ହଜାର କୋଟି ଟଙ୍କାର ଋଣ ଅଭିଯୋଗ ରହିଛି ।

ଋଣ ପରିଶୋଧ ନ କରୁଥିବାରୁ ଋଣ ଦେଇଥିବା ରାଷ୍ଟ୍ରାୟତ ବ୍ୟାଙ୍କ୍‌ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହ ଅନ୍ୟ କେତେକ ବ୍ୟାଙ୍କ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉଦ୍ୟମ କରିବା ସମୟରେ ମାଲ୍ୟା ମାର୍ଚ ୨୦୧୬ରେ ଭାରତରୁ ଖସି ପଳାଇଥିଲେ।

ପଢନ୍ତୁ;  କାରରେ ଉଠାଇନେଇ ଗଣବଳତ୍କାର,ଜଣକୁ ଅଟକ ରଖି ପୁଲିସର ତନାଘନ

Related posts

ରାମରହିମଙ୍କ ପୋଷ୍ୟାକନ୍ୟା ହନିପ୍ରୀତ ଇନସାନ୍ ଙ୍କୁ ହରିଆଣା ପୁଲିସ ଖୋଜୁଛି, ଦେଶଦ୍ରୋହ ମାମଲା ରୁଜୁ

ENO Beuro

ପରଲୋକରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ

ENO Beuro

ପାରାଦୀପରେ ମାଛ ମଡ଼କ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More