EnewsOdia.Com

ଆଜି ଗାଇସିଲଟରେ ଗଡିବ ନବୀନଙ୍କ ପ୍ରଚାର ଗାଡି, ମୈଦାନରେ ଟକ୍କର ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଜେପୁର ଉପ ନିର୍ବାଚନ ପାଇଁ ମାତ୍ର ଆଉ ଦୁଇ ଦିନ ବାକି । ଆସନ୍ତାକାଲି ସରିବ ପ୍ରଚାର । ଏଥିପାଇଁ ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରଚାର । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରୟାସ ଚଳାଇଛନ୍ତି ଦଳିୟ ନେତା, କର୍ମୀ ଓ ପ୍ରାର୍ଥୀ । ମାଳମାଳ ନେତାଙ୍କ ରାଲି ଓ ସଭାରେ କମ୍ପୁଛି ବିଜେପୁର ବିଧାନସଭା କ୍ଷେତ୍ର ।ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବିଜେପୁରରେ ମାରାଥନ ପ୍ରଚାର କରିଛନ୍ତି । ସ୍ବତନ୍ତ୍ର ବସରେ ବିଜେପୁରର ଏବଂ ବରପାଲି ବ୍ଲକର ବିଭିନ୍ନ ଗାଁ ସାହିରେ ବୁଲି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଆଜି ଗାଇସିଲଟରେ ନବୀନଙ୍କ ପ୍ରଚାର ଗାଡି ଗଡିବ ।

ସେପଟେ ବିଜେପୁର ମଇଦାନରେ ଆଜି ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଦଳୀୟ ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ଦ୍ବିତୀୟ ଥର ପ୍ରଚାର କରିବେ । ସକାଳେ ବିଜେପୁର ଏନଏସିଠାରେ ଧର୍ମେନ୍ଦ୍ର ପ୍ରଧାନ ରୋଡ ସୋ’ କରିବେ । ଏହାପରେ ଅପରାହ୍ନ ୨ଟାରେ ବରପାଲିର ବନ୍ଧପାଲି ଏବଂ ପରେ ଗୋପେଇପାଲିରେ ସନତ ଗଡତିଆଙ୍କ ପାଇଁ ଭୋଟ ଭିକ୍ଷା କରିବେ । ଶେଷରେ ଅପରାହ୍ନ ୪ଟାରେ ବରପାଲି ଏନଏସରେ ମଧ୍ୟ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

ପଢନ୍ତୁ: ପିପିଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଭାଗୀରଥି ପ୍ରଧାନ ଆହତ

ସମ୍ବନ୍ଧିତ ଖବର

ମହାରାଷ୍ଟ୍ରରେ ଡିଲ ଫାଇନାଲ, ସରକାର ଗଢ଼ିବ ଶିବସେନା

Ratnamani Maharana

ଆଜି ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌

Ratnamani Maharana

ଜମ୍ମୁ-କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ

Ratnamani Maharana

ଅଯୋଧ୍ୟା ଟ୍ରଷ୍ଟ୍‌କୁ ୧ ଟଙ୍କା ଦେଲେ ସରକାର

Ratnamani Maharana

ପାକିସ୍ତାନ ପାର୍ଲାମେଂଟରେ ଖୋଲିବ ବିୟୁଟି ପାର୍ଲର

Ratnamani Maharana

ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Ratnamani Maharana