EnewsOdia.Com

ଦୁଲୁକୁଛି ବିଜେପୁର ପ୍ରଚାର ମଇଦାନ, ଆଜି ସରିବ ପ୍ରଚାର

 ବିଜେପୁର ଉପନିର୍ବାଚନ  ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ସରିବ। ଏଥିଲାଗି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାଣପଣେ ଲାଗି ପଡ଼ିଛନ୍ତି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରସୋରରେ ପ୍ରଚାର ଚାଲିଛି । ବିଶେଷ କରି ବିଜେଡି ଓ ବିଜେପି ପ୍ରଚାର ସମୟରେ ପରସ୍ପରକୁ କଡା ଟକ୍କର ଦେଉଛନ୍ତି । ଦୁଇ ଦଳର ହେବିୱେଟ୍ ନେତା  ସେଠାରେ ଡେରା ପକାଇଥିଲେ ।

ବିଜେପୁର ନିର୍ବାଚନମଣ୍ଡଳୀ ଶୁକ୍ରବାର ଦିନତମାମ ତିନି ପ୍ରମୁଖ ଦଳର ପ୍ରଚାରରେ କଂପିଛି। ପ୍ରଚାର ଅଭିଯାନ ଶେଷ ହେବାକୁ ମାତ୍ର ୨୪ ଘଣ୍ଟା ସମୟ ଥିବା ବେଳେ ତିନି ଦଳ ନିଜ ମୁଣ୍ଡିଆଳମାନଙ୍କୁ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଗୁରୁବାର ବିଜେପୁର ଏବଂ ବରପାଲି ବ୍ଲକ୍‌ରେ ରୋଡ୍‌ ସୋ ତଥା ପ୍ରଚାର ସାରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ   ଶୁକ୍ରବାର ଗାଇସିଲାଟ୍‌ ବ୍ଲକ୍‌କୁ ଫୋକସ୍‌ କରିଥିଲେ। ୧୬ଟି ପଞ୍ଚାୟତକୁ ରୋଡ୍‌ ସୋ ମାଧ୍ୟମରେ ଛୁଇଁଥିଲେ।

ସେହିପରି ବିଜେପିର କେନ୍ଦ୍ରୀୟ ସ୍ତରର ଷ୍ଟାର୍‌ ପ୍ରଚାରକ ଉପଲବ୍ଧ ହୋଇନଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଦ୍ବିତୀୟ ଦଫା ପ୍ରଚାର ଦାୟିତ୍ବ ମୁଣ୍ଡାଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେପୁର ଏବଂ ବରପାଲି ଉପରେ ଧ୍ୟାନ ଦେଇଥିଲେ। ସେ ବିଜେପୁର ଏନ୍‌ଏସି, ବରପାଲି ବ୍ଲକ୍‌ ବନ୍ଧପାଲି ପଞ୍ଚାୟତ, ଗୋପେଇପାଲି ପଞ୍ଚାୟତ ଏବଂ ବରପାଲି ଏନ୍‌ଏସି ଅଂଚଳରେ ରୋଡ୍‌ ସୋ କରିଛନ୍ତି। ପିସିସିର ତୁଙ୍ଗ ନେତାମାନେ ସଭାପତି ନିରଂଜନ ପଟ୍ଟନାୟକଙ୍କ ତତ୍ବାବଧାନରେ ବିଜେପୁର ଏବଂ ବରପାଲି ଅଂଚଳରେ ଜୋର୍‌ଦାର୍‌ ପ୍ରଚାର କରିଛନ୍ତି। ସଂଧ୍ୟାରେ ଦଳ ଗାଇସିଲାଟ୍‌ରେ ପ୍ରଚାର କରିଛି।

ପଢନ୍ତୁ: ଶିବସେନାରେ ଯୋଗଦେଲେ ସଲ୍‌ମାନ୍‌ଙ୍କ ବଡିଗାର୍ଡ ଶେରା

ସମ୍ବନ୍ଧିତ ଖବର

ଦୁର୍ନୀତି ବିରୋଧରେ ଶପଥପାଠ, ଲାଞ୍ଚ ନ ନେବାକୁ ଶପଥ ନେଲେ ସରକାରୀ କର୍ମଚାରୀ

Ratnamani Maharana

ଭାରତ ବନ୍ଦକୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମର୍ଥନ

Ratnamani Maharana

୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

Ratnamani Maharana

ଆଜି ମହାରାଷ୍ଟ୍ର ମହାନାଟକରେ ପଡ଼ିପାରେ ଯବନିକା

Ratnamani Maharana

ଶିକ୍ଷାକ୍ଷେତ୍ରରେ ଲାଗୁ ହେବ ‘ନୋ ୱାର୍କ ନୋ ପେ’ ନିୟମ

Ratnamani Maharana

‘ଓଡିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ratnamani Maharana