• Home
  • POLITICALS
  • ଶେଷ ହେଲା ପ୍ରଚାର ! ରାତି ପାହିଲେ ହେବ ବିଜେପୁର ବିଧାନସଭା ଆସନ ପାଇଁ ମତଦାନ
POLITICALS

ଶେଷ ହେଲା ପ୍ରଚାର ! ରାତି ପାହିଲେ ହେବ ବିଜେପୁର ବିଧାନସଭା ଆସନ ପାଇଁ ମତଦାନ

ବିଜେପୁର ଉପନିର୍ବାଚନା:ପ୍ରଚାର ଶେଷ,କାଲି ଭୋଟ

ଆଉ କିଛି ଘଣ୍ଟା ବାକି ରହିଲା ବିଜେପୁର ବିଧାନସଭା ଆସନ ପାଇଁ ମତଦାନ । ପ୍ରଚାରର ଶେଷ ଦିନରେ ତିନି ପ୍ରମୁଖ ଦଳ ଗୁଡ଼ିକ ଜୋରଦାରରେ ଲାଗି ପଡ଼ିଛନ୍ତି ।ନିର୍ବାଚନ କମିସନଙ୍କ ନିୟମ ମାନି ପ୍ରମୁଖ ରାଜନୈତିକ ଦଳର କାର୍ପଟଦାରମାନଙ୍କ ମଧ୍ୟରୁ କେତେଜଣ ଜିଲ୍ଲା ଛାଡ଼ିଛନ୍ତି। ଆଉ କିଛି ସନ୍ଧ୍ୟା ପୂର୍ବରୁ ବିଭିନ୍ନ ପଡ଼ା ଓ ଗାଁର ନିରାପଦ ସ୍ଥାନରେ ଛପିଯାଇଛନ୍ତି। ପଡ଼ୋଶୀ ନିର୍ବାଚନମଣ୍ଡଳୀ ସୀମାରେ ରହି ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଲାଗି କେତେ ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି।

ରାଜ୍ୟ ମୁଖ୍ୟ ନିର୍ବାନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ବିଜେପୁର ଉପନିର୍ବାନକୁ ନେଇ ବିଭିନ୍ନ ଦଳ ପକ୍ଷରୁ ପ୍ରାୟ ୨୮ଟି ଅଭିଯୋଗ କରାଯାଇଛି। ସବୁ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂନା ଦେଇଛନ୍ତି। ପ୍ରଚାର ସରି ଭୋଟ୍‌ଗ୍ରହଣକୁ ଆଉ କେତେ  ଘଣ୍ଟା ଥିଲେ ବି ଅଭିଯୋଗ ସଂଖ୍ୟା ଆହୁରି ବଢ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଭୋଟରଙ୍କୁ ଟଙ୍କା ବାଣ୍ଟିବା, ଟଙ୍କା ପଠାଇବା ପାଇଁ ଆକାଉଣ୍ଟ ନମ୍ବର ସଂଗ୍ରହ କରିବା, ପୋଷ୍ଟର ଚିରିଦେବା ଏବଂ ଦାୟିତ୍ୱରେ ଥିବା ଅଫିସର ନିରପେକ୍ଷ ଭାବେ କାମ କରୁ ନଥିବା ଅଭିଯୋଗ ବିଭିନ୍ନ ଦଳ ପକ୍ଷରୁ ହୋଇଛି।

ଗତକାଲି ବିଜେପୁର ଉପନାର୍ବାଚନ ଅନୁଷ୍ଠିତ ହେବା ପରେ ୨୮ରେ ଭୋଟ ଗଣତି ହୋଇ ସେହିଦିନ ଫଳାଫଳ ଘୋଷଣା କରାଯିବ। ବିଜେପୁର ନିର୍ବାଚନ ମଣ୍ଡଳୀର ସମୁଦାୟ ୨ ଲକ୍ଷ ୨୧ ହଜାର ୧୪୪ ଜଣ ଭୋଟର ଏଥର ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏଥିରେ ୧୧ଟି ବୁଥ୍ ବୃଦ୍ଧି ପାଇ ୨୮୧ଟି ବୁଥରେ ମତଦାନ ହେବ । ତନ୍ମଧ୍ୟରୁ ୭୯ଟି ମତଦାନ କେନ୍ଦ୍ର ଅତି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି।

ଓଡିଶାରେ ପ୍ରଥମଥର ବିଜେପୁର ଉପନିର୍ବାଚନରେ ବ୍ୟବହାର ହେବ ଭିଭିପିଏଟି(ଭୋଟର ଭେରିଫାଏବୁଲ ପେପର ଅଡିଟ ଟ୍ରଲ) ମେସିନ୍। ବିଜେପୁର ପ୍ରତିଟି ବୁଥରେ ଇଭିଏମ ସହିତ ଗୋଟିଏ ଲେଖାଁଏ ଭିଭିପିଏଟି ମେସିନ ରହିବ। ଇଭିଏମ ଟାମ୍ପରିଂର ଆଶଙ୍କା ରହୁଥିବାରୁ ସରକାର ଏହି ନିଷ୍ପତି ନେଇଛନ୍ତି । ବିଜେପୁରରେ ସମୁଦାୟ ୨୭୦ଟି ବୁଥ ରହିଛି । ପ୍ରତିଟି ବୁଥରେ ଗୋଟିଏ ଲେଖାଁଏ ଭିଭିପିଏଟି ମେସିନ୍ ରହିବ । ବୁଥରେ ଇଭିଏମ ସହିତ ଭିଭିପିଏଟି ମେସିନ୍ ଲଗାଯିବ। ସନ୍ଦେହ ହେଲେ ଭୋଟ କାଗଜ ଗଣାଯାଇପାରିବ।

ଶେଷ ହେଲା ପ୍ରଚାର ! ରାତି ପାହିଲେ ହେବ ବିଜେପୁର ବିଧାନସଭା ଆସନ ପାଇଁ ମତଦାନ bijepur

ପଢନ୍ତୁ;

ମୁହଁରୁ ବ୍ରଣ ଦୂର କରିବା ପାଇଁ ଲୁଣକୁ କିପରି ବ୍ୟବହାର କରିବେ ଜାଣନ୍ତୁ

Related posts

ବିଜେପି- ଟିଡିପି ମେଂଟରେ ବଡଧରଣ ଫାଟ, ମୋଦି ସରକାରରୁ ଓହରିଲେ ଦୁଇ ଟିଡିପି ମନ୍ତ୍ରୀ!

Krishna Kumar Manoj

ପ୍ରତିବର୍ଷ ନଭେମ୍ବର ୮ରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରିବ – ଧର୍ମେନ୍ଦ୍ର ପ୍ରଧାନ

Krishna Kumar Manoj

ସୁପ୍ରିମକୋର୍ଟର ୪୫ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍‌ ଦୀପକ ମିଶ୍ର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More