News

ନବୀନ ନିବାସ ର ସୁରକ୍ଷା ବୃଦ୍ଧି ପାଇଁ ସ୍ମାର୍ଟ ସିଟି ବିମାନବନ୍ଦରର ଦୂରାବସ୍ଥା

ନବୀନ ନିବାସ ସୁରକ୍ଷା ପାଇଁ ଏବେ ବିପଦରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ନବୀନ ନିବାସର ସୁରକ୍ଷା ବଢ଼ାଇବା ପାଇଁ ବିମାନବନ୍ଦରରୁ ଜମି ଅଧିଗ୍ରହଣ ହେଲା। ବିମାନବନ୍ଦର ପାଚେରି ଭାଙ୍ଗି ନୂଆ ରାସ୍ତା ବି ନିର୍ମାଣ ହେଲା। ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଗୃହ ବିଭାଗ କଥା ଦେଲା ଆମେ ଯେତିକି ଜମି ନେବୁ ସେତିକି ଜମି ଦେବୁ। ବିମାନବନ୍ଦର ଯେମିତି ଥିଲା ସେମିତି ହସ୍ତାନ୍ତର କରିବୁ। ଗୃହ ବିଭାଗର ଏହିଭଳି କଥାରେ ଭଳିଗଲେ ବିମାନବନ୍ଦର କର୍ତ୍ତୃପକ୍ଷ। ଆଉ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇ ଜମି ଅଦଳବଦଳ କରିଦେଲେ।

ନବୀନ ନିବାସ ସମ୍ମୁଖରେ ନୂଆ ରାସ୍ତା ନିର୍ମାଣ ହେବା ପରେ ପୂର୍ବରୁ ଥିବା ରାସ୍ତାରେ ୧୪୪ଧାରା ଜାରି କରାଯାଇଛି। ସେହିପରି ରାଜ୍ୟ ସରକାର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଅଧିଗ୍ରହଣ କରିଥିବା ଜମି ବଦଳରେ ଭୀମପୁର ମୌଜାର ଖାତା ନଂ ୭୪୬ର ପ୍ଲଟ୍‌ ନଂ ୪୯୫/୧୬୬୪ରୁ ୧.୬୦୦ଏକର, ୦.୩୦୭ଏକର ଏବଂ ପ୍ଲଟ ନଂ- ୪୯୩ରୁ ୧.୨୯୩ଏକର ଜମି ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଦେଇଛନ୍ତି। ନବୀନ ନିବାସ ସମ୍ମୁଖରେ ନିର୍ମାଣ ହୋଇଥିବା ପାଚେରି ପଲସ୍ତରା ହୋଇନଥିବାରୁ ଏହା କେତେବେଳେ ବି ଭୁଶୁଡ଼ି ପଡ଼ିବାର ସମ୍ଭାବନା ଅଛି। ଏପରିକି ଏହି ପାଚେରି ଉପରେ କଣ୍ଟା ତାର ବାଡ଼ ଗୁଡ଼ା ଯାଇନଥିବାରୁ ଅନୁପ୍ରବେଶ ସମ୍ଭାବନାକୁ ଏଡ଼ାଇ ହେଉନି। ତେଣୁ ବିପଦସଙ୍କୁଳ ଅବସ୍ଥାରେ ବିମାନବନ୍ଦର ଥିବା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ତାଙ୍କ କହିବ ଅନୁସାରେ, ସେମାନେ ଜମି ହସ୍ତାନ୍ତର କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ନିକଟରେ ଯେଉଁ ସର୍ତ୍ତ ରଖିଥିଲେ ତାହା ପୂରଣ କଲେନି।ସର୍ତ୍ତ ମୁତାବକ , ପାଚେରିକୁ ପଲସ୍ତରା କରିବା ସହ କଣ୍ଟା ତାର ବାଡ଼ ଦେବେ ଏବଂ ରଙ୍ଗ କରିବେ, ପାଚେରିକୁ ଲଗାଇ ଭିତର ପାର୍ଶ୍ୱରେ ଦୁଇ ଫୁଟ ଓସାରରେ ପେରିମିଟର ରାସ୍ତା ନିର୍ମାଣ କରିବେ, ବିମାନବନ୍ଦର ଭିତରେ ଓ ବାହାର ପାର୍ଶ୍ୱରେ ଲାଇଟ୍‌ ଲଗାଇବେ, ଉକ୍ତ ଛକରେ ଥିବା ବିମାନବନ୍ଦର ଗେଟ୍‌ ନୂଆ କରି ନିର୍ମାଣ କରିବେ, ଡ୍ରେନ୍‌ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କୁହାଯାଇ ଥିଲା । ଏଠାରେ ପାରାଲାଲ୍‌ ଟ୍ୟାକ୍ସି ୱେ ନିର୍ମାଣ କରିବାକୁ ଯୋଜନା ଅଛି। ହେଲେ ବିଏମ୍‌ସି ଏ ପର୍ଯ୍ୟନ୍ତ ଏଠାରୁ ବସ୍ତି ଉଚ୍ଛେଦ କରିନଥିବାରୁ ଏହି କାମ ବି ଆରମ୍ଭ ହୋଇପାରୁନି।

ନବୀନ ନିବାସ ର ସୁରକ୍ଷା ବୃଦ୍ଧି ପାଇଁ ସ୍ମାର୍ଟ ସିଟି ବିମାନବନ୍ଦରର ଦୂରାବସ୍ଥା

ପଢନ୍ତୁ, ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ ରଖିବା ନିମନ୍ତେ ମହାରାଷ୍ଟ୍ର ସରକାର ଙ୍କ ନୂଆ ଯୋଜନା

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ

ENO Beuro

ବହୁ ବାଦ ବିବାଦ ପରେ ଓଡ଼ିଶା ସୀମାରୁ ହଟିଲା ପଶ୍ଚିମବଙ୍ଗର ହୋର୍ଡିଂ

ENO Beuro

ହରିୟାନାରେ ରେଳ ଦୁର୍ଘଟଣା, ଲାଇନଚ୍ୟୁତ ହେଇ ୨ କିମି ଗଡିଲା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More