• Home
  • News
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ:ଅଗଷ୍ଟ ୧୫ରୁ କାର୍ଡ ବଣ୍ଟା
News

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ:ଅଗଷ୍ଟ ୧୫ରୁ କାର୍ଡ ବଣ୍ଟା

୭ ଦିନ ଭିତରେ ସମସ୍ତଙ୍କୁ ମିଳିବ ,ପ୍ରତିଦିନ ସମୀକ୍ଷା କରିବ ସ୍ୱାସ୍ଥ୍ୟ ବିଭାଗ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରୂପରେଖ ପ୍ରସ୍ତୁତ କରିଛି ସ୍ୱାସ୍ଥ୍ୟ ବିଭାଗ। ଅଗଷ୍ଟ ୧୫ ତାରିଖରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ରାଜ୍ୟର ୭୦ଲକ୍ଷ ପରିବାରର ସାଢ଼େ ତିନି କୋଟିରୁ ଊର୍ଦ୍ଧ୍ବ ଲୋକ ଏହି ଯୋଜନାର ସୁଫଳ ପାଇପାରିବେ। ତୃଣମୂଳସ୍ତରରୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାର ଅଂଶ ଭାବେ ପ୍ରତ୍ୟେକ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ଯୋଗାଇ ଦିଆଯିବ।

ଏହି ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟ ଜନସଂଖ୍ୟାର ୭୦ ପ୍ରତିଶତ ଲୋକ ସ୍ୱାସ୍ଥ୍ୟ ସୁରକ୍ଷା ପାଇବେ। ଏହି ଯୋଜନା ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ କାର୍ଯ୍ୟକାରୀ ହେବ। ବିଜୁ ସ୍ୱାସ୍ଥ୍ୟସେବା ଯୋଜନା ସୁଦୂରପ୍ରସାରୀ ହେବ।

biju ବିଜୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ:ଅଗଷ୍ଟ ୧୫ରୁ କାର୍ଡ ବଣ୍ଟା biju

 

ସୂଚନାଯୋଗ୍ୟ,ଏହା ପୂର୍ବରୁ କେନ୍ଦ୍ର ସରକାର ଗତ ଫେବ୍ରୁଆରୀ ୧ ତାରିଖରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଥିଲେ। ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଗୋଟିଏ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଘୋଷଣା କରିଥିଲେ। ଏହା ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା।

ପଢନ୍ତୁ; ପରଲୋକରେ କରୁଣାନିଧି

Related posts

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୮ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହୋଇଛି

Krishna Kumar Manoj

ସାମାଜିକ ନିରାପତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ତୃତୀୟ ଲିଙ୍ଗ ବିକାଶ କାର୍ଯ୍ୟକ୍ରମ

Krishna Kumar Manoj

ଓମଫେଡ ଜରି ଓ ପ୍ଲାଷ୍ଟିକ ପାଣି ବୋତଲ ଫେରାଇଲେ ମିଳିବ ଅର୍ଥ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More