ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅନ୍ୟତ୍ର ସ୍ଥାନାନ୍ତର ହେବ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅନ୍ୟତ୍ର ସ୍ଥାନାନ୍ତର ହେବ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅନ୍ୟତ୍ର ସ୍ଥାନାନ୍ତର ହେବ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ବର୍ତ୍ତମାନ ଯେଉଁଠି ଅନ୍ତର୍ଜାତୀୟ ଓ ଘରୋଇ ବିମାନବନ୍ଦର କାର୍ଯ୍ୟ କରୁଛି, ସେଠାରେ କେବଳ ଘରୋଇ ବିମାନ ସେବା ଯୋଗାଇ ଦିଆଯିବ । ବିମାନବନ୍ଦର ଅନ୍ୟତ୍ର ସ୍ଥାନାନ୍ତର ହେବ । ଏନେଇ ଏବେ ଜମି ଖୋଜା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଜମି ଖୋଜିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଇଡକୋ ସିଏମ୍‌ଡି ଏବଂ ବିଡିଏ ଉପାଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ବିମାନ ବନ୍ଦରରୁ ୨୦କିମି ମଧ୍ୟରେ ନୂଆ ଜମି ଖୋଜିବାକୁ କୁହାଯାଇଛି । ଭୁବନେଶ୍ୱରରୁ କମ୍‌ ଦୂରତା ମଧ୍ୟରେ କେଉଁଠି ୧୫୦୦ରୁ ୨୦୦୦ଏକର ମଧ୍ୟରେ ଜମି ଅଛି, ତାହାର ତଥ୍ୟ ଦେବାକୁ କୁହାଯାଇଛି। ରାଜ୍ୟ ସରକାର ଜମି ଚିହ୍ନଟ କରି ଆମକୁ ଜଣାଇଲେ, ଏହାର ଫିଜିବିଲିଟି ସର୍ଭେ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ।

ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଆବଶ୍ୟକୀୟ ରନେଓ୍ଵର ଅଭାବ ଥିବାରୁ ଏନେଇ ଜମି ଯୋଗାଇବାକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି । ଏବେ ଥିବା ରନେଓ୍ଵର ଦୈର୍ଘ୍ୟ ୯୦୦ଫୁଟ ଥିବା ବେଳେ ଏହାକୁ ୧୦୫୦ଫୁଟକୁ ସ୍ଥାନାନ୍ତର କରାଯିବ।

ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ଗତ ୧ ତାରିଖରେ ଆଲୋଚନା କରିବା ସମୟରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜମିର ଆବଶ୍ୟକତା ସମ୍ପର୍କରେ କହିିଥିଲେ ।

ଜମି ମଧ୍ୟ ସଠିକ ସ୍ଥାନରେ ରହିବା ଦରକାର ବୋଲି ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ।  ସେ କହିଛନ୍ତି ଯେ ବିମାନବନ୍ଦର ହେବା ପୂର୍ବରୁ ଆମେ ପ୍ରଥମେ ଚିହ୍ନଟ ହୋଇଥିବା ଜମିର ଫିଜିବିଲିଟି ଯାଞ୍ଚ କରିବୁ । ଏହାସହ ଏହି ସ୍ଥାନରେ କେଉଁ ଦିଗରୁ ପବନ ବହୁଛି ତା’ର ସର୍ଭେ କରାଯିବ ଓ ସମୁଦ୍ରକୂଳବର୍ତୀ କି ନୁହେଁ ତା ମଦ୍ୟ ପର୍ଯ୍ୟବେକ୍ଷଣ କରାଯିବ ।  ଗତ ୧୦ବର୍ଷ ମଧ୍ୟରେ ପବନର ଦିଗ କେଉଁ ଆଡ଼କୁ ରହିଛି ତାହା ପ୍ରଥମେ ପରୀକ୍ଷା କରାଯିବ ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅନ୍ୟତ୍ର ସ୍ଥାନାନ୍ତର ହେବ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି