ଦୁର୍ଗମ ଅଞ୍ଚଳର ରୋଗୀଙ୍କ ପାଇଁ କେନ୍ଦୁଝର ଜିଲ୍ଲାରେ ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ

ଦୁର୍ଗମ ଅଞ୍ଚଳର ରୋଗୀଙ୍କ ପାଇଁ କେନ୍ଦୁଝର ଜିଲ୍ଲାର ପ୍ରଶାସନ ପକ୍ଷରୁ ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ

କେନ୍ଦୁଝର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ସଠିକ ସମୟରେ ମେଡ଼ିକାଲରେ ପହଞ୍ଚାଇବା ପାଇଁ ବାଇକ୍ ଆମ୍ବୁଲାନ୍ସ ସେବା ର ଆରମ୍ଭ କରାଯାଇଛି । ଦୁର୍ଗମ ଅଞ୍ଚଳରେ ଏହି ବାଇକ୍ ଆମ୍ବୁଲାନ୍ସ ରୋଗୀ ସେବାରେ ସାମାନ୍ୟ ସୁଧାର ଆଣିବ ବୋଲି ଆଶା କରାଯାଇଥିବା ସହିତ ଏଠାକାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ  ଆନୁଷଙ୍ଗିକ କର୍ମଚାରୀ , ଦରକାରୀ ଉପକରଣ ଓ ଔଷଧ ଯୋଗାଣ ଉପରେ ପ୍ରାଥମିକତା ଦେବା ପାଇଁ ମଧ୍ୟ ଦାବି ହେଉଛି ।

ପ୍ରକୃତିକ ସୌନ୍ଦର୍ଯ୍ୟ ଦ୍ଵାରା ପରିବେଷ୍ଟିତ କେନ୍ଦୁଝର ଜିଲ୍ଲାର ଅନେକ ଗାଁ , ଯେମିତି କି ଶୁଆକାଚି, ହରିଚନ୍ଦନପୁର ଓ ଗୋନାସିକା ଭଳି ପାହାଡ଼ ଘେରା ଅଞ୍ଚଳର ଲୋକେ ଏବେ ବି ଗମନାଗମନଜନିତ ସମସ୍ୟାକୁ ସାମ୍ନା କରୁଛନ୍ତି । ବର୍ଷା ଦିନେ ଦୁର୍ଗମ ଗାଁ ମାନଙ୍କରେ ରୋଗୀମାନେ ମେଡ଼ିକାଲରେ ପହଞ୍ଚିବା ପାଇଁ ସାଙ୍ଗି ଭାର ଉପରେ ଭରଷା କରୁଥିବାବେଳେ ଗର୍ଭବତୀ ମହିଳାମାନଙ୍କୁ ବୋହିଆଣିବା ଘଟଣା ମଧ୍ୟ ଅନେକ ଥର ନଜରକୁ ଆସିଥିଲା । ଅଗମ୍ୟ ଅଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ରୋଗୀମାନଙ୍କୁ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଷ୍ଟ୍ରେଚର ସଂଯୋଜିତ ଏହି ବାଇକ୍ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି ।

ଦୁର୍ଗମ ଅଞ୍ଚଳର ରୋଗୀଙ୍କ ପାଇଁ କେନ୍ଦୁଝର ଜିଲ୍ଲାର ପ୍ରଶାସନ ପକ୍ଷରୁ ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ

ପଢନ୍ତୁ, ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ କିଛି ସ୍ଥାନରେ ବର୍ଷା ସମ୍ଭାବନା , ବଢିବ ଶୀତ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More