ପ୍ରଶାସନ ପକ୍ଷରୁ ନୂତନ ବ୍ୟବସ୍ଥା, ଦୁର୍ଗମ ଅଞ୍ଚଳ ପାଇଁ ବାଇକ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ

ପ୍ରଶାସନ ପକ୍ଷରୁ ନୂତନ ବ୍ୟବସ୍ଥା, ଦୁର୍ଗମ ଅଞ୍ଚଳ ପାଇଁ ବାଇକ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ

କ୍ରମାଗତ ଭାବରେ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗୁଡିକରେ ସ୍ୱାସ୍ଥ୍ୟସେବାରେ ବ୍ୟାଘାତ ହେଇଆସୁଛି ଏବୋଂ ଏହା ବାରମ୍ବାର ପ୍ରଶାସନର ଦ୍ରୁଷ୍ଟି ଗୋଚର ହେଇଛି । ଏହାର ମୁଖ୍ୟ କାରଣ ହେଲା ଦୁର୍ଗମ ଅଞ୍ଚଳରେ  ପହଞ୍ଚି ପାରୁନି ଚାରି ଚକିଆ ଆମ୍ବୁଲାନ୍ସ । ଏଥିପାଇଁ ରୋଗୀ ଏବଂ ଗର୍ଭବତୀଙ୍କୁ ଖଟିଆ, ଭାରରେ ବୋହି ଆଣିବାକୁ ପଡୁଛି । ତେଣୁ ଜିଲ୍ଲାର ଦୁର୍ଗମ ଅଞ୍ଚଳ ପାଇଁ ବାଇକ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ ପାଇଁ ପ୍ରଶାସନ ପକ୍ଷରୁ ଯୋଜନା ହୋଇଥିଲା  ଏବୋଂ ଆଜି ଏହି ବାଇକ୍‌ ଆମ୍ବୁଲାନ୍ସ ସେବାକୁ ଲୋକାର୍ପଣ କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର ପି. ଆପାଙ୍ଗ ।

ଏହି କାର୍ଯ୍ୟକ୍ରମରେ ପିଡ଼ି ଡ଼ିଆରଡ଼ିଏ ମଧୁସୂଚନ ମିଶ୍ର, ଗୁଣପୁର ଉପ-ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ମୂରଲୀଧର ସ୍ୱାଇଁ, ଏଡ଼ିଏମଓ ବିଏଲଏନ ପୃଷ୍ଟି, ଏଡ଼ିଏମଓ ବରଦାକାନ୍ତ ମିଶ୍ର ଓ ଡ଼ିପିଏମ ରାଜେଶ ପଟନାୟକ, ଜିଲ୍ଲାର ସମସ୍ତ ବିଡ଼ିଓ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, କର୍ମଚାରୀ  ପ୍ରମୁଖ ଉପସ୍ଥିତ ଥିଲେ।

ରୋଗୀମାନଙ୍କର ସହଜ ଓ ତୁରନ୍ତ ଚିକିସ୍ଛା ନିମନ୍ତେ ରାୟଗଡ଼ା ଜିଲ୍ଲାପାଳ ଗୁହାପୁନମ ତାପସ କୁମାର ଏଥିପାଇଁ ଆମ ସଙ୍କଳ୍ପ ଯୋଜନାର ପରିକଳ୍ପନା କରିଥିଲେ। ଫଳରେ ବର୍ଷକ ମଧ୍ୟରେ ୫୦ ପ୍ରତିଶତ ମୃତ୍ୟୁହାର କମାଇ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି ବୋଲି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ମତବ୍ୟକ୍ତ କରିଛନ୍ତି। ବାଇକ ଆମ୍ବୁଲାନ୍ସ୍‌ସ  ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆରଡ଼ିସି କହିଥିଲେ ଯେ ଜିଲ୍ଲାପାଳ ଗୁହାପୁନମ ତାପସ କୁମାରଙ୍କ  ତତ୍ୱାବୋଧନରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଅଂଗନୱାଡ଼ି କର୍ମୀ ଓ ଅଶାକର୍ମୀଙ୍କ ଦଳଗତ ଉଦ୍ୟମ କାରଣରୁ ଜିଲ୍ଲାରେ ମା ଓ ଶିଶୁ ମୃତ୍ୟୁହାର କମିବା ସମ୍ଭବ ହୋଇଛି।  ଗୁଡ଼ିକ ପାଇଁ ପ୍ରେରଣା ହେବ  ବୋଲି  କହିଥିଲେ।

ପ୍ରଶାସନ ପକ୍ଷରୁ ନୂତନ ବ୍ୟବସ୍ଥା, ଦୁର୍ଗମ ଅଞ୍ଚଳ ପାଇଁ ବାଇକ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ

ପଢନ୍ତୁ ଆନନ୍ଦ ବଜାରରେ ଟଙ୍କ ତୋରାଣିକୁ ନେଇ କଟକଣା ।

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More