EnewsOdia.Com

ଫାଶୀ ପୂର୍ବରୁ ବାପାଙ୍କୁ ଶେଷଥର ଭେଟିଲା ବିନୟ

ତାରିଖ ଯେତେ ବଢି ଚାଲିଛି ନିର୍ଭୟା କାଣ୍ଡର ୪ ଅଭିଯୁକ୍ତଙ୍କ ସମୟ ସେତେ ପାଖେଇ ଆସୁଛି । ଏବେ ଜେଲରେ ମୃତ୍ୟୁର ତାରିଖ ଗଣୁଛନ୍ତି ୪ ଅଭିଯୁକ୍ତ । ତେବେ ଆଜି ଅଭିଯୁକ୍ତ ବିନୟଙ୍କ ବାପା ଆଜି ବିନୟଙ୍କୁ ଜେଲରେ ଦେଖା କରିଛନ୍ତି । ଦୀର୍ଘ ୧ ଘଣ୍ଟାକାଳ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି । ଆଜି ବାପାଙ୍କୁ ଭେଟିବା ବେଳେ ବିନୟ ଅଧିକ ଭାବ ବିହ୍ୱଳ ହୋଇ ପଡିଥିଲା ।

ସେ ଶେଷ ଥର ପାଇଁ ବାପାଙ୍କୁ ଆଲିଙ୍ଗନ କରିବାକୁ  କହିଥିଲା । ପରିବାରଙ୍କୁ ଭେଟିବାର ଶେଷ ସୁଯୋଗ ରହିଥିଲା ବିନୟଙ୍କ ପାଇଁ । ୪ ଜଣ ଦୋଷୀଙ୍କ ମଧ୍ୟରୁ ମୁକେଶ ଓ ବିନୟ ଏହି ପିଟିସନ ଦାଖଲ କରିଥିଲେ । ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପିଠ ଏହି ପିଟିଶନକୁ ଖାରଜ କରିବା ସହ ଫାଶୀ ଦଣ୍ଡାଦେଶକୁ କାୟମ ରଖିଛନ୍ତି । କ୍ୟୁରେଟିଭ ପିଟିଶନ ଖାରଜ ହେବା ପରେ ଦୋଷୀ ମାନଙ୍କୁ ନିଶ୍ଚିତ ଫାଶୀ ଦିଆଯିବ ବୋଲି ନିର୍ଭୟାଙ୍କ ଓକିଲ କହିଛନ୍ତି । ଆସନ୍ତା ୨୨ ତାରିଖ ସକାଳ ୭ ବେଳେ ୪ ଜଣଙ୍କୁ ଫାଶୀ ଦଣ୍ଡ ଦିଆଯିବ ବୋଲି ପଟିଆଲା ହାଉସ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ପଢନ୍ତୁ: ଆଜିଠୁ ସେସୁର ବିଦ୍ୟୁତ୍ କାଟ୍ ଅଭିଯାନ

ସମ୍ବନ୍ଧିତ ଖବର

ସୁଲେମାନିଙ୍କ ହତ୍ୟା ପ୍ରତିଶୋଧ ନେବ ଇରାନ

Ratnamani Maharana

ନିର୍ଭୟା ଦୋଷୀ ବିନୟର ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟମ

Ratnamani Maharana

ଜାପାନରେ ୧୩କୋଟି ଟଙ୍କାରେ ବିକ୍ରି ହେଲା ବିରଳ ଟୁନା ମାଛ

Ratnamani Maharana

ଲାଇଫ ଲାଇନ୍ ପାଇଲେ ନିର୍ଭୟା ଦୋଷୀ, ଘୁଞ୍ଚିଲା ଫାଶୀ ତାରିଖ

Ratnamani Maharana

ହାତୀ ଆଙ୍କୁଛି ହାତୀର ଚିତ୍ର

Ratnamani Maharana

ଏଣିକି SBI ଆକାଉଣ୍ଟ ଜିରୋ ହେଲେ ବି ନୋ ପ୍ରୋବ୍ଲେମ

Ratnamani Maharana