News

ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲା ଦେଶର ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ

jet

ଦେଶର ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି। ସ୍ପାଇସ୍‌ ଜେଟ୍‌ର ଏହି ବିମାନ ଡେରାଡୁନ୍‌ରୁ ଦିଲ୍ଲୀ ଉଡ଼ାଣ କରିଛି। ଏହି ୭୨ ସିଟ୍‌ ବିଶିଷ୍ଟ ବିମାନରେ ଖାଦ୍ୟରେ ବ୍ୟବହୃତ ହେଉ ନ ଥିବା ତୈଳରୁ ପ୍ରସ୍ତୁତ ଇନ୍ଧନ ବ୍ୟବହୃତ କରାଯାଉଛି।ଦେଶର ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି। ସ୍ପାଇସ୍‌ ଜେଟ୍‌ର ଏହି ବିମାନ ଡେରାଡୁନ୍‌ରୁ ଦିଲ୍ଲୀ ଉଡ଼ାଣ କରିଛି। ଏହି ୭୨ ସିଟ୍‌ ବିଶିଷ୍ଟ ବିମାନରେ ଖାଦ୍ୟରେ ବ୍ୟବହୃତ ହେଉ ନ ଥିବା ତୈଳରୁ ପ୍ରସ୍ତୁତ ଇନ୍ଧନ ବ୍ୟବହୃତ କରାଯାଉଛି।

ଜୈବ ଇନ୍ଧନର ବ୍ୟବହାର ଫଳରେ ବିମାନ ସେବାରେ ଖର୍ଚ୍ଚ କମ୍‍ ହେବା ସହ ପ୍ରଦ୍ୟୁଷଣ କମିବ। ଏହି ବିମାନକୁ ଡେରାଡୁନ ବିମାନ ବନ୍ଦରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ୍‍ ସବୁଜ ପତାକା ଦେଖାଇ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ। ବିମାନର ବାମ ପାଶ୍ୱର୍ର ଇଞ୍ଜିନକୁ ଜୈବ ଇନ୍ଧନରେ ପରିଚାଳିତ କରାଯାଇ ଥିବାବେଳେ ଡାହାଣ ପାଶ୍ୱର୍ ଇଞ୍ଜିନ ଚିରାଚରିତ ଇନ୍ଧନରେ ପରିଚାଳିତ ହେଉଥିଲା।

jet

ତେବେ ଜୈବ ଇନ୍ଧନରେ ପରିଚାଳିତ ବାମ ପାଶ୍ୱର୍ର ଇଞ୍ଜିନ ଡାହାଣ ପାଶ୍ୱର୍ର ଇଞ୍ଜିନଠାରୁ ଅଧିକ କାର୍ଯ୍ୟକ୍ଷମ ହୋଇଥିବା ବିମାନର ପାଇଲଟ ନୂଆଦିଲ୍ଲୀ ବିମାନବନ୍ଦରରେ ଅବତରଣ ପରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

ବିମାନର ପ୍ରଥମ ଉଡ଼ାଣରେ କର୍ମଚାରୀଙ୍କ ସମେତ ୨୦ ଜଣ ଲୋକ ଥିଲେ। ୨୫ ମିନିଟ ମଧ୍ୟରେ ଏହା ଦିଲ୍ଲୀରେ ପହଞ୍ଚିଥିଲା।

ପଢନ୍ତୁ;ଦିଲ୍ଲୀରେ ପ୍ରବଳ ବର୍ଷା:ଅନେକ ଅଞ୍ଚଳ ଜଳମଗ୍ନ

Related posts

ଆଜିଠୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ

ENO Beuro

ରାଜଧାନୀ ଦିଲ୍ଲୀରେ ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ଯମୁନା ଏକ୍ସପ୍ରେସ ୱେରେ ୨୪ଟି ଗାଡି ଦୁର୍ଘଟଣା

ENO Beuro

ଆଜିଠାରୁ ସଂସଦର ଶୀତ ଅଧିବେଶନ

ENO Beuro

Leave a Comment