POLITICALS

ସ୍ଥଳସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ ହେବେ ତିନି ସେନା ବାହିନୀର ମୁଖ୍ୟ !

Untitled 1

ପୂରା ହେଲା ୨୦ ବର୍ଷର ଦାବି, ଏଣିକି ତିନି ସେନା ଭିତରେ ସମନ୍ୱୟ ରକ୍ଷା କରିବେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ।

କେନ୍ଦ୍ରରେ କ୍ଷମତାସୀନ ହେବାର ଦ୍ୱିତୀୟ ପାଳି ଆରମ୍ଭରୁ ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ  କରି ସାରାଦେଶକୁ ଚକିତ କରିଦେଇଥିଲେ ମୋଦି । ଏବେ ପୁଣି ଦିଲ୍ଲୀ ଲାଲକିଲ୍ଲାରୁ ନୂଆ ଘୋଷଣା କରି ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।  ଦେଶକୁ ମିଳିବ ସେନାପତି । ୭୩ତମ ସ୍ୱାଧୀନତା ଦିବସରେ ଦିଲ୍ଲୀର ଲାଲକିଲ୍ଲାରୁ ପତାକା ଉତୋଳନ କରି, ଏକ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍  ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର ।  ବର୍ତ୍ତମାନ ଦେଶର ୨୬ତମ ସ୍ଥଳସେନା ମୁଖ୍ୟ ଜେନେରାଲ ବିପନ ରାୱତ  ହିଁ ପ୍ରଥମ ସିଡିଏସ୍‌ ଭାବେ ଦାୟିତ୍ୱ ଗ୍ରହଣ କରିବାର ସମ୍ଭାବନା ରହିଛି।

କୁହାଯାଉଛି ୩ ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟକରୁଥିବା ଅଧିକାରୀଙ୍କ ମଧ୍ୟରୁ ବରିଷ୍ଠତା ଭିତ୍ତିରେ ଜଣଙ୍କୁ ସିଡିଏସ୍‌ ଭାବେ ନିଯୁକ୍ତ କରାଯିବ। ଏହି ସିଡିଏସ୍‌ ୩ଟି ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବେ ଏବଂ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଏବେ ସରକାର ଏକ ଉଚ୍ଚସ୍ତରୀୟ କମିଟି ସିଡିଏସ୍‌ ପଦ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା କ’ଣ ରହିବା ଦରକାର ବୋଲି, ତା’ର ତର୍ଜମା କରୁଛି। ଏହି କମିଟି ନଭେମ୍ବର ମାସ ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦେବ। ଏହି କମିଟିରେ ପ୍ରତିରକ୍ଷା ସଚିବ ଓ ଅନ୍ୟାନ୍ୟ ପ୍ରତିରକ୍ଷା ମନ୍ତ୍ରାଳୟର ଉଚ୍ଚପଦସ୍ଥ ଅଧିକାରୀ ସଦସ୍ୟ ରହିବେ।

ପଢନ୍ତୁ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

Related posts

ମିରଟରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ମୋଦି

Ratnamani Moharana

ସମ୍ବିତଙ୍କୁ ମହଙ୍ଗା ପଡିଲା ଜଗନ୍ନାଥ ମୂର୍ତ୍ତି ଧରି ରୋଡ୍ ଶୋ ; କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲାପାଳ

Ratnamani Moharana

ନବୀନଙ୍କ ଦମ୍ଭୋକ୍ତି: ଭୋଟରେ ବିଜେଡି ବହୁତ ଭଲ କରିବ

ENO Beuro

Leave a Comment