ଆଜିଠୁ ବିଭିନ୍ନ ବନଖଣ୍ଡ ଓ ଜଳାଶୟରେ ରାଜ୍ୟବ୍ୟାପୀ ପକ୍ଷୀଗଣନା ଆରମ୍ଭ ହୋଇଛି । ମୟୂରଭଞ୍ଜର ଶିମିଳିପାଳ ସଂଲଗ୍ନ ବିଭିନ୍ନ ଜଳାଶୟରେ ପକ୍ଷୀଗଣନା ଆରମ୍ଭ ହୋଇଛି । ମହାନଦୀ ରିଭର୍ ସିଷ୍ଟମ ବହୁ ବିରଳ ତଥା ବିଦେଶାଗତ ପକ୍ଷୀମାନଙ୍କ ପ୍ରିୟ ସ୍ଥଳୀ ରୂପେ ଜଣାଶୁଣା । ମହାନଦୀ ରିଭର ସିଷ୍ଟମ ସହ ଶିଶୁ ପଥର ଡ଼୍ୟାମରେ ପକ୍ଷୀ ଗଣତି ଜାରି ହୋଇଛି । ଏହି ସମୟରେ ଡ୍ୟାମରେ ବହୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ହୋଇଥାଏ ।
ମିଳିଥିବା ସୂଚନାଅନୁସାରେ, ଗଣନାରେ ୨୫ ରୁ ଅଧିକ ଟିମ ଓ ହଜାର ରୁ ଅଧିକ ସଦସ୍ୟ ସାମିଲ ରହିଛନ୍ତି । ଅନୁଗୁଳ ସାତକୋଶିଆରେ ୧୦ ଟି ଟିମ ନିୟୋଜିତ ହୋଇଛନ୍ତି । ଆସନ୍ତା ୯ ରୁ ୧୧ କୁମ୍ଭୀର ଗଣନା ଆରମ୍ଭ ହେବ ଯେଉଁଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ପକ୍ଷୀ ଓ କୁମ୍ଭୀର ଗଣନା ସମୟରେ ମହାନଦୀ ରିଭର ସିଷ୍ଟମରେ ମାଛ ଧରିବା ନିମନ୍ତେ ପ୍ରତିବନ୍ଧକ ଲଗାଯିବା ସହ ଜାନୁଆରୀ ମାସର ପ୍ରଥମ ୨ ସପ୍ତାହ ମଧ୍ୟ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ସାତକୋଶିଆ ଅଭୟାରଣ୍ୟ ବୋଲି ସୂଚନା ଦେଇଛନ୍ତି ଡିଏଫ୍ଓ ।
ପଢନ୍ତୁ: