ଏଣିକି ମାଲେସିଆରେ ଭିଜା ଫ୍ରି ଏଣ୍ଟ୍ରି କରିପାରିବେ ଭାରତୀୟ ନାଗରିକ
ମାଲେସିଆ ଭାରତୀୟ ନାଗରିକମାନଙ୍କୁ ଏକ ମାସ ପାଇଁ ଭିଜା ବିନା ଦେଶରେ ପ୍ରବେଶ କରିବାକୁ ସୁବିଧା ଦେଇଛି। ରବିବାର ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଡିସେମ୍ବର ୧ରୁ ଭାରତ ଏବଂ ଚାଇନା ନାଗରିକମାନେ ମାଲେସିଆରେ ଭିଜା ମୁକ୍ତ ପ୍ରବେଶ କରିବେ।