EnewsOdia.Com

ବଢିଛି ଚିଲିକାରେ ପକ୍ଷୀ ସଂଖ୍ୟା

ଗତବର୍ଷ ଅପେକ୍ଷା ଏବର୍ଷ ଚିଲିକାରେ ବଢ଼ିଛି ପକ୍ଷୀ ସଂଖ୍ୟା । ବିଶାରଦଙ୍କ ମତାନୁଯାୟୀ, ଅନୁକୂଳ ପାଗ, ସଠିକ ଓ ପ୍ରଚୁର ଖାଦ୍ୟ, ଉପଯୁକ୍ତ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ଏବଂ ଶେଷ ପର୍ଯ୍ୟାୟରେ ଅଧିକ ସଂଖ୍ୟକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି ।  ରବିବାର ପକ୍ଷୀ ଗଣନା ଶେଷ ହେବା ପରେ ଗତବର୍ଷ ତୁଳନାରେ ଏ ବର୍ଷ ୫୭ ହଜାର ୭୨ଟି ପକ୍ଷୀ ଅଧିକ ଆସିଛନ୍ତି ବୋଲି ଜଣାପଡିଛି ।ଏସିଆ ମହାଦେଶର ସର୍ବବୃହତ୍ତ ଲୁଣି ହ୍ରଦରେ ୧୮୪ ପ୍ରଜାତିର  ପକ୍ଷୀ ଆସିଥିବା ଜଣାପଡିଛି । ଏହି ବିଶାଳ ହ୍ରଦରେ ଏବର୍ଷ ୧୧ ଲକ୍ଷ ୫ ହଜାର ୪୦ଟି ବିଦେଶାଗତ ପକ୍ଷୀଙ୍କର ସମାଗମ ହୋଇଛି । ଗତ ବର୍ଷ ଚିଲିକାକୁ ୧୦ ଲକ୍ଷ ୪୭ ହଜାର ୯୬୮ ପକ୍ଷୀ ଆସିଥିବା ବେଳେ ଏବର୍ଷ ଚିଲିକାର ନଳବଣରେ ସର୍ବାଧିକ ୧୦୨ ପ୍ରଜାତିର ୪ ଲକ୍ଷ ୬ ହଜାର ୩୦୮ ପକ୍ଷୀ ଥିବା ଚିଲିକା ୱାଇଲ୍ଡ ଲାଇଫ ଡିଏଫଓ ଆଲୋକ ରଞ୍ଜନ ହୋତା ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନାଅନୁସାରେ , ଚିଲିକା ବନ୍ୟପ୍ରାଣୀ ବିଭାଗ ବାଲୁଗାଁ ରେଞ୍ଜରେ ୫.୫ ଲକ୍ଷ ପକ୍ଷୀ ଗଣନା କରାଯାଇଥିବା ବେଳେ ରମ୍ଭା ରେଞ୍ଜରେ ସବୁଠାରୁ କମ ପକ୍ଷୀ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଗଡ଼ୱାଲ ପ୍ରଜାତିର ୨ ଲକ୍ଷ ୫ ହଜାର ୮୮୩, ନର୍ଦ୍ଦନ ପିଣ୍ଟେଲ ୧ଲକ୍ଷ ୮୨ ହଜାର ୧୭୭ଟି ପକ୍ଷୀଙ୍କ ଚିଲିକାକୁ ଆଗମନ ହୋଇଥିବା  ଜଣାପଡ଼ିଛି ।

ପଢନ୍ତୁ: ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ ରେ ଶ୍ରୀକ୍ଷେତ୍ର ଏବଂ ଅର୍କକ୍ଷେତ୍ରର ଚର୍ଚ୍ଚା

ସମ୍ବନ୍ଧିତ ଖବର

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାନେ ହେବେ ଦେଶର ପରବର୍ତ୍ତୀ ସେନା ମୁଖ୍ୟ

Ratnamani Maharana

ୱେବ୍‌ସାଇଟରେ ଛଡ଼ାଗଲା ମାଟ୍ରିକ୍ ଆଡ୍‌ମିଟ୍‌ କାର୍ଡ

Ratnamani Maharana

ଭାରତରେ ଟ୍ରମ୍ପଙ୍କ ଜବରଦସ୍ତ ଫ୍ୟାନ୍‌

Ratnamani Maharana

ଭିକାରୀରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ କେମିତି ଅଛନ୍ତି!

Ratnamani Maharana

ଶ୍ରୀମନ୍ଦିର ବିକାଶ ପଛରେ ନବୀନଙ୍କ ଭକ୍ତି

Ratnamani Maharana

ଡ୍ୟାନିଙ୍କ ଜୀବନସାଥୀ ହେଲେ ଝିଲିକ୍‌

Ratnamani Maharana