News

ବ୍ୟାପିଲା ବାର୍ଡ ଫ୍ଲୁ, ଆଜିଠାରୁ କୁକୁଡାମରା ଅଭିଯାନ

ସ୍କୁଲ ଓ ଅଙ୍ଗନବାଡିକୁ ଅଣ୍ଡା ଯୋଗାଣ ବନ୍ଦ

ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଦେଖାଯାଇଛି। କୃଷ୍ଣପ୍ରସାଦ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । କିଛିଦିନ ଧରି କାଉ ଓ କୁକୁଡା ମଡକ ପରେ ଏଠାରେ ବାର୍ଡ ଫ୍ଲୁ ଚିହ୍ନଠ ହୋଇଥିବା ସୂଚନା ମିଳିଛି । ନମୂନା ପରୀକ୍ଷାରୁ ବାର୍ଡ ଫ୍ଲୁ ପଜିଟିଭ୍ ଆସିଥିବା କୃଷ୍ଣପ୍ରସାଦ ବିଡିଓ ଅଶୋକ ମହାନ୍ତି ସୂଚନା ଦେଇଛନ୍ତି ।

ବିପଦରେ ଚିଲିକାର ୪ ଲକ୍ଷ ବିଦେଶୀ ପକ୍ଷୀ

ଚିଲିକା ପକ୍ଷୀ ଅଭୟାରଣ୍ୟକୁ ମାଡ଼ି ଆସିଛି ମହାବିପଦ। ଗତ ତିନି ଦିନ ଧରି ଲଗାତାର ପକ୍ଷୀ, କୁକୁଡ଼ା ମଡ଼କ ହେବା ପରେ ଚିଲିକା ଅଞ୍ଚଳରେ ବାର୍ଡ -ଫ୍ଲୁକୁ ନେଇ ଯେଉଁ ଆଶଙ୍କା ଉପୁଜିଥିଲା ତାହା‌ ସତ ହୋଇଛି। ଆଜି ବାର୍ଡଫ୍ଲୁ ଚିହ୍ନଟ ହୋଇଥିବା ଅଞ୍ଚଳର ୧ କିଲୋମିଟର ମଧ୍ୟରେ ରହିଥିବା କୁକୁଡ଼ା ଓ ବତକ ମାରି ପୋତି ଦେବାକୁ ନିଷ୍ପତ୍ତି ହୋଇଛି। କୃଷ୍ଣପ୍ରସାଦ ବ୍ଲକ୍‌ର ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରୁ ଅଣ୍ଡା ବାଦ୍ ଦିଆଯିବା ସହ ଚିକେନ୍ ବିକ୍ରି ଉପରେ କଟକଣା ଜାରି କରାଯାଇଛି।

bird

ସୂଚନାଯୋଗ୍ୟ,ପ୍ରାଣୀ ଚିକିତ୍ସକ ମୃତ ପକ୍ଷୀମାନଙ୍କର ମଳ, ମୂତ୍ର ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୋପାଳ ପଠାଇଥିଲେ । ସେଠାରୁ ବାର୍ଡ ଫ୍ଲୁ ନେଇ ପଜିଟିଭ ରିପୋର୍ଟ ଆସିବା ପରେ ସତର୍କତା ମୂଳକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

ପଢନ୍ତୁ; ଟୁଟିକୋରିନରୁ ପ୍ରଥମ କଣ୍ଟେନର ଜାହାଜର ଶୁଭାରମ୍ଭ କଲେ ନୀତୀନ ଗଡକରୀ

Related posts

ଅନ୍ତର୍ଜାତୀୟ ଫ୍ୟାସନ ପ୍ରତିଯୋଗିତାରେ ଓଡିଆ ଝିଅ କ୍ରିସିତା ଚାମ୍ପିଅନ୍‌!

ENO Beuro

ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ବଲିଉଡ୍ ତାରକା ଅକ୍ଷୟ କୁମାର ଙ୍କ ଶୁଭେଚ୍ଛା

ENO Beuro

ଆଜିଠୁ ଦେଶବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More