News

ବାର୍ଡ ଫ୍ଲୁ ପ୍ରଭାବରେ ୫୦ରୁ ଅଧିକ ଗ୍ରାମ, କୁକୁଡା ମରା ସଂଖ୍ୟା ୧୨ ହଜାର ଟପିଲା

bird

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ସଂକ୍ରମଣ ନିରାକରଣ ପାଇଁ କଟକରୁ ୩ଟି ଅତିରିକ୍ତ ଦଳ ପହଞ୍ଚିଛନ୍ତି। ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ଗ୍ରାମାଞ୍ଚଳରେ ୧୫ଟି ପ୍ରତିଷେଧକ ଦଳ ନିୟାଜିତ ହୋଇଛନ୍ତି। କୃଷ୍ଣପ୍ରସାଦଗଡ ଏପି ସେଣ୍ଟର ଆଖପାଖର ୪ଟି ଗ୍ରାମରେ କୁକୁଡା ହତ୍ୟା ଚାଲିଛି। ଶନିବାର ଏବଂ ରବିବାର ମୋଟ ୧୧ ଶହ କୁକୁଡା ହତ୍ୟା କରାଯାଇଛି।

bird

ସୂଚନାଅନୁସାରେ କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ଗ୍ରାମରୁ ପକ୍ଷୀ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା। ନୂଆଗାଁ , କଣ୍ଟାବଣିଆ, ନବା ଓ ନନ୍ଦଳା ଗ୍ରାମରୁ ପଠାଯାଇଥିବା ୪ଟି ମଲା ପକ୍ଷୀ ନମୁନାରେ ବାର୍ଡ ଫ୍ଲୁ ପ୍ରମାଣ ମିଳିଛି। ଏ ନେଇ ଶନିବାର ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।

ଉଲ୍ଲେଖଯୋଗ୍ୟ,କୃଷ୍ଣପ୍ରସାଦ ବ୍ଲକର ସାନସାହି, ବୁଧିବର, ଅଲଣ୍ଡା, ପଥରଗଞ୍ଜ, ମାଲୁଦ ଅଞ୍ଚଳରେ ଥିବା ଫାର୍ମ ଏବଂ ଘରୋଇ କୁକୁଡାଙ୍କୁ ମାରିବା କାର୍ଯ୍ୟରେ ୧୦ଟି ଟିମ୍‌ ନିୟୋଜିତ ଅଛନ୍ତି। ବାର୍ଡ ଫ୍ଲୁ ସଂକ୍ରମିତ ଗ୍ରାମର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ କୁକୁଡ଼ା ମରାଯାଇ ସାରିଲାଣି।

ପଢନ୍ତୁ; ନବୀନ-କେସିଆର ତୃତୀୟ ସାମ୍ମୁଖ୍ୟ ଆଲୋଚନା,ଦେଶରେ ପରିବର୍ତ୍ତନ ଜରୁରି

Related posts

ଏସସି/ଏସଟି ଆକ୍ଟ: ରହିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ENO Beuro

ଫସଲ ରେ ନିଆଁ ନଲଗାଇବାକୁ ଚାଷୀଙ୍କୁ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ଅନୁରୋଧ

ENO Beuro

ଅଭିନେତ୍ରୀ ପ୍ରକୃତିଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!

ENO Beuro

Leave a Comment