EnewsOdia.Com

ବାର୍ଡ ଫ୍ଲୁ ଆତଙ୍କରେ ଆଜିଠୁ କୁକୁଡା ମରା ଅଭିଯାନ

ଓଡ଼ିଶାକୁ ପୁଣି ଫେରିଛି ବାର୍ଡ ଫ୍ଲୁ। ବାର୍ଡ ଫ୍ଲୁ ଆତଙ୍କରେ ଆଜିଠୁ ଆରମ୍ଭ ହେଉଛି କୁକୁଡା ମରା ଅଭିଯାନ। ଅନ୍ୟପଟେ ବାର୍ଡ ଫ୍ଲୁ ଆଶଙ୍କାରେ ଆଜିଠାରୁ ବନ୍ଦ ରହିବ ନନ୍ଦନକାନନ ପକ୍ଷୀ ବିହାର। ବାର୍ଡ ଫ୍ଲୁ ସତର୍କତା ନେଇ ପକ୍ଷୀ ବିହାର ବନ୍ଦ କରାଯାଇଛି। ଆଜିଠାରୁ ପକ୍ଷୀ ବିହାର ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି। ପରବର୍ତ୍ତୀ ଆଦେଶ ଯାଏ ପକ୍ଷୀ ବିହାର ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।  ଭୁବନେଶ୍ୱର ଶିରିପୁର ସ୍ଥିତ OUAT କ୍ୟାଂପସ୍ ଭିତରେ ଥିବା ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡ଼ା ମାରିବାକୁ ନିଷ୍ପତ୍ତି ହୋଇଛି। ଏହି ଫାର୍ମର କୁକୁଡ଼ା ସାମ୍ପଲକୁ ଭୋପାଳ ଟେଷ୍ଟିଂ ଲ୍ୟାବ୍‌କୁ ପଠାଯାଇଥିଲା। ସାମ୍ପଲ୍ ପଜେଟିଭ୍ ଚିହ୍ନଟ୍ ହେବା ପରେ ଏବେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ।

 

ସୂଚନାଯୋଗ୍ୟ, ଓୟୁଏଟି କ୍ୟାମ୍ପସରେ ଥିବା ଫାର୍ମରେ କୁକୁଡ଼ାଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିଲା । ଫଳରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବାର୍ଡ ଫ୍ଲୁ ଆଶଙ୍କା କରିଥିଲେ ।ନାସନାଲ ଇନଷ୍ଟିଚ୍ୟୁଟ ଅଫ ହାଇ ସିକ୍ୟୁରିଟି ଆନିମଲ ଡିଜିଜ୍ କୁ ପରୀକ୍ଷା ପାଇଁ ସାମ୍ପଲ ପଠାଯାଇଥିଲା । ଏହି ସାମ୍ପଲରେ ବାର୍ଡ ଫ୍ଲୁ ଥିବା ଜଣାଯାଇଛି ।  କୁକୁଡା ଫାର୍ମ ଚାରିପାଖରେ ବିଶୋଧକ ଦିଆଯିବା ସହ ସଫାସୁତୁରା କରାଯାଇଛି । ଆଜିଠାରୁ ଓୟୁଏଟି ଠାରୁ ୧ କିଲୋମିଟର ଭିତରେ କୁକୁଡା ମରା ଅଭିଯାନ ଆରମ୍ଭ ହେବ । କୁକୁଡ଼ା ମରାଯାଇ ଗଭୀର ଗାତ ଖୋଳି ପୋତିବାକୁ ନିର୍ଦ୍ଦେଶ ଦିଆଯାଇଛି । କୁକୁଡ଼ା ମରା ପାଇଁ ୧୨ଟି ଟିମ୍ ଗଠନ କରାଯାଇଛି । ୭ଟି ଟିମ୍ କୁକୁଡ଼ା ମରା କାର୍ଯ୍ୟରେ ନିୟୋଜିତ ହେବେ, ଅନ୍ୟ ୫ଟି ଟିମକୁ ଏହାକୁ ଜଗିବେ ।

ପଢନ୍ତୁ: ଭୁବନେଶ୍ୱରରେ ବନ୍ଦ ହେବକି ଶତାଧିକ କଲ୍ୟାଣ ମଣ୍ଡପ!

ସମ୍ବନ୍ଧିତ ଖବର

ଡ୍ୟାନିଙ୍କ ଜୀବନସାଥୀ ହେଲେ ଝିଲିକ୍‌

Ratnamani Maharana

ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି ଓରିଓ ସେକ୍‌, କିଟ୍‌କାଟ୍‌ ସେକ୍‌

Ratnamani Maharana

ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ କାଣ୍ଡ ଘଟାଇଥିବେଳେ ମୁଁ ନାବାଳକ ଥିଲି କହିଲା ଅଭିଯୁକ୍ତ

Ratnamani Maharana

ତାଜମହଲକୁ ପଛରେ ପକାଇଲା ଷ୍ଟାଚ୍ୟୁ ଅଫ୍‌ ୟୁନିଟି, ବର୍ଷକରେ ରୋଜଗାର କଲା ୬୩ କୋଟି

Ratnamani Maharana

ଦଳରେ ଗୌଣ ହେଉଛନ୍ତି ବିଧାୟକ-ମନ୍ତ୍ରୀ, ସିଏମଓ ଏବେ ସବୁକିଛି

Ratnamani Maharana

ପାଖେଇ ଆସୁଛି ବାତ୍ୟା ବୁଲ୍‌ବୁଲ୍‌ : ପ୍ରଭାବରେ ଓଡ଼ିଶାରେ ବର୍ଷା, ବଢ଼ୁଛି ପବନର ବେଗ

Ratnamani Maharana