News

ସରିଲା ଗଣନା: ଚିଲିକାରେ ୧୦ଲକ୍ଷ ୪୮ ହଜାର ପକ୍ଷୀ,ଏଥର ଆସିଛନ୍ତି ୧୮୧ ପ୍ରଜାତି

bird

ଓଡିଶାର ବିଭିନ୍ନ ସ୍ଥାନରେ ପକ୍ଷୀଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବା ବେଳେ ଶୁକ୍ରବାର ଚିଲିକାରେ ମଧ୍ୟ ପକ୍ଷୀଗଣନା ଆରମ୍ଭ ହୋଇଛି । ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ତିନୋଟି ଜିଲ୍ଲାର ବାଲୁଗାଁ, ରମ୍ଭା, ସାତପଡ଼ା, ମଙ୍ଗଳାଯୋଡି, କାଳୁପଡା, ନଳବଣ, ଭୂଷଣ୍ଡପୁର ଆଦି ଅଞ୍ଚଳରୁ ପକ୍ଷୀ ଗଣନା ପାଇଁ ୨୧ଟି ଟିମ୍ ସାମିଲ ହୋଇଥିଲେ । ପ୍ରତି ଟିମରେ ୪ ରୁ ୫ ଜଣ ବନାଞ୍ଚଳ କର୍ମୀ, ପକ୍ଷୀ ବିଶାରଦ, ପରିବେଶବିତ୍, ପକ୍ଷୀ ସୁରକ୍ଷା କମିଟିର ସଦସ୍ୟମାନେ ସାମିଲ ଥିଲେ।

ଚଳିତବର୍ଷ ୧୮୧ ପ୍ରଜାତିର ୧୦,୪୭,୯୬୮ ଚିଲିକାକୁ ବିଦେଶୀ ପକ୍ଷୀ ଆସିଛନ୍ତି ବୋଲି ବାଲୁଗାଁ ସିଡିଏ ଏବଂ ବନ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି।

ନଳବଣରେ ବି ବଢିଛନ୍ତି

୫ ଟି ରେଞ୍ଜ ମଧ୍ୟରୁ ବାଲୁଗାଁ ରେଞ୍ଜ୍‌ର ନଳବଣରେ ସର୍ବାଧିକ ୩,୯୩,୫୪୧ ପକ୍ଷୀ ଗଣନା କରାଯାଇଛି। ସେଥିମଧ୍ୟରେ ଗଡ୍ ୱଲ ଏବଂ ଭିଜନ ପକ୍ଷୀର ସଂଖ୍ୟା ୧ଲକ୍ଷରୁ ଉର୍ଦ୍ଧ୍ୱ ହୋଇଥିବା ସ୍ଥଳେ ଫ୍ଲେମିଙ୍ଗୋ ୨,୯୦୫। ଗତକାଲି ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କ ସହଯୋଗରେ ୨୧ଟି ଦଳରେ ଶହେ ଜଣ ଗଣନାରେ ନିୟୋଜିତ ଥିଲେ । ମଙ୍ଗଳାଯୋଡି, ରମ୍ଭା, ସାତପଡା, ଭୂଷଣ୍ଡପୁର, ନୂଆପଡା, ନଳବଣରେ ଗଣନା ହୋଇଥିଲା ।

bird

ପଢନ୍ତୁ; ଖୁବ ଶିଘ୍ର ଦେଖିବାକୁ ମିଳିବ ମୋଦିଙ୍କ ବାୟୋପିକ, ମୁଖ୍ୟ ଭୂମିକାରେ ନଜର ଆସିବେ ଏହି ଅଭିନେତା

Related posts

ରଥଯାତ୍ରା ସିଧା ପ୍ରସାରଣ ଲାଗି ସମସ୍ତ ଚ୍ୟାନେଲକୁ ମିଳିଲା ଅନୁମତି

Ratnamani Moharana

ପିଲା ଚୋର ଭାବି ୫ଜଣଙ୍କୁ ପିଟି ପିଟି ହତ୍ୟା

ENO Beuro

ବ୍ରିଟେନର ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗଙ୍କ ଦେହାନ୍ତ

ENO Beuro

Leave a Comment