• Home
  • News
  • ଆସିଛି ଶୀତ ଋତୁ , ଚିଲିକାରେ ୩୦ ହଜାରରୁ ଉର୍ଦ୍ଧ୍ଵ ବିଦେଶୀ ପକ୍ଷୀଙ୍କ ସମାଗମ
News

ଆସିଛି ଶୀତ ଋତୁ , ଚିଲିକାରେ ୩୦ ହଜାରରୁ ଉର୍ଦ୍ଧ୍ଵ ବିଦେଶୀ ପକ୍ଷୀଙ୍କ ସମାଗମ

ଶୀତ ଋତୁ ଆସିଲେ ଚିଲିକାକୁ ବିଦେଶରୁ ଅନେକ ପ୍ରଜାତିର ପକ୍ଷୀ ଆସନ୍ତି ବୋଲି ଆମେ ସମସ୍ତେ ଜାଣିଛେ । ତେବେ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଗଲାଣି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ନଭେମ୍ବର ପହିଲା ସୁଦ୍ଧା ପକ୍ଷୀ ଅଭୟାରଣ୍ୟ ନଳବଣ ଅଞ୍ଚଳରେ ପ୍ରାୟ ୬ ହଜାର ଏବଂ ସମ୍ପୁର୍ଣ୍ଣ ଚିଲିକାରେ ପ୍ରାୟ ୩୦ ହଜାରରୁ ଊର୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି ।

ଚିଲିକାକୁ ଶୀତ ଦିନେ ପ୍ରାୟ ୧୬୦ରୁ ଊର୍ଧ୍ୱ ପ୍ରଜାତିର ପକ୍ଷୀଙ୍କ ସମାଗମ ହେଉଥିବା ବେଳେ ବର୍ତମାନ ସୁଦ୍ଧା ମାତ୍ର ୪୪ଗୋଟି ପ୍ରଜାତି ତଥା ୱିଜିଅନ୍‌, ପିଲେ ଓ ଗଡ଼ୱାଲ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥିବା ଜଣାଯାଇଛି। ମୁଖ୍ୟତଃ ଶୀତ ଋତୁ ଆସିଲେ ବା ଅକ୍ଟୋବର ପ୍ରଥମାର୍ଧରେ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। କିନ୍ତୁ ଏ ବର୍ଷ ପ୍ରାୟ ମାସେ ବିଳମ୍ବରେ ପକ୍ଷୀ ଆସି ଚିଲିକାରେ ପହଞ୍ଚିଛନ୍ତି ।

ସେପଟେ ଶିକାରୀଙ୍କ କବଳରୁ ଏହି ବିଦେଶୀ ପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ବନ୍ୟପ୍ରାଣୀ ବିଭାଗ ସଚେତନ ହୋଇଉଠିଛନ୍ତି । ବନ୍ୟାପ୍ରାଣୀ ବିଭାଗ ତରଫରୁ ୧୯ଟି କ୍ୟାମ୍ପ ଓ ଗୋଟିଏ ଭ୍ରାମ୍ୟମାଣ ସ୍କ୍ଵାଡ୍‌ ଗଠନ କରାଯାଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧୀନ ୫ଗୋଟି ରେଞ୍ଜ୍‌ ତଥା ବାଲୁଗାଁ, ଟାଙ୍ଗୀ, ରମ୍ଭା, ସାତପଡ଼ା ଓ ଚିଲିକା ରେଞ୍ଜ ଅଞ୍ଚଳରେ ଏହି କ୍ୟାମ୍ପଗୁଡ଼ିକୁ ନିୟୋଜିତ କରାଯାଇଛି। ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୧୦ଟି କ୍ୟାମ୍ପ, ବାଲୁଗାଁରେ ୪ଟି, ସାତପଡ଼ାରେ ୨ଟି, ରମ୍ଭାରେ ଗୋଟିଏ ଓ ଚିଲିକାରେ ଗୋଟିଏ କ୍ୟାମ୍ପ ରହିଛି। ଏତଦ୍‌ବ୍ୟତୀତ ଚିଲିକା ତଟବର୍ତୀ ଗ୍ରାମଗୁଡ଼ିକରେ ପକ୍ଷୀ ସୁରକ୍ଷା ସଂପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଆସିଛି ଶୀତ ଋତୁ , ଚିଲିକାରେ ୩୦ ହଜାରରୁ ଉର୍ଦ୍ଧ୍ଵ ବିଦେଶୀ ପକ୍ଷୀଙ୍କ ସମାଗମ  ଆସିଛି ଶୀତ ଋତୁ , ଚିଲିକାରେ ୩୦ ହଜାରରୁ ଉର୍ଦ୍ଧ୍ଵ ବିଦେଶୀ ପକ୍ଷୀଙ୍କ ସମାଗମ

ପଢନ୍ତୁ, ମାନବିକତା ଶୂନ୍ୟ ହେଲା ମଣିଷ , ସାହାଯ୍ୟ କରିବାକୁ ମନାକଲେ ଗ୍ରାମବାସୀ

Related posts

ଚଳନ୍ତା ଟ୍ରେନରେ ଆଉ ରହିବନି ଅସୁବିଧା, ଘଟଣାସ୍ଥଳରେ ହେବ ସମାଧାନ

Krishna Kumar Manoj

ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୧୮ର ଟେବୁଲ ଟେନିସ୍ ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

Krishna Kumar Manoj

କେନ୍ଦ୍ର ସରକାର ଦେଲେ ଅନୁମତି ,ଏବେ ୭୦ କିଲୋମିଟର ବେଗରେ ଚଳାଇ ପାରିବେ ଗାଡ଼ି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More