News

ଆର୍‌ବିଆଇକୁ ଆଉ ଏକ ଝଟକା, ଡେପୁଟି ଗଭର୍ଣ୍ଣର ପଦରୁ ଇସ୍ତଫା ଦେଲେ ବିରଳ ଆଚାର୍ଯ୍ୟ

Untitled 1

ଗୋଟିଏ ବର୍ଷ ଭିତରେ ଆର୍‌ବିଆଇକୁ  ମିଳିଛି ଦ୍ଵିତୀୟ ଝଟକା। ପ୍ରଥମେ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ  ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେଇଥିଲାବେଳେ ବର୍ତ୍ତମାନ ଇସ୍ତଫା ଦେଇଛନ୍ତି ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ। ମାତ୍ର ୭ ମାସ ଭିତରେ ଏହା ଦ୍ଵିତୀୟ ଘଟଣା ହୋଇଥିଲାବେଳେ ଆରବିଆଇ ପାଇଁ ଏକ ଶକ୍ତ ଝଟକା। ଆଚାର୍ଯ୍ୟ ତିନି ବର୍ଷ ପାଇଁ ଆରବିଆଇର ଡେପୁଟି ଗଭର୍ଣ୍ଣର  ଭାବେ ୨୩ ଜାନୁଆରୀ ୨୦୧୭ରେ ନିଯୁକ୍ତ ହୋଇଥିଲେ । ଏହି ହିସାବରେ ସେ ପାଖାପାଖି ୩୦ ମାସ ଧରି କେନ୍ଦ୍ରୀୟ ବ୍ୟାଙ୍କ ତଥା ଆରବିଆଇ ପାଇଁ ନିଜ ପଦରେ ରହି ସୂଚାରୁ ରୂପେ କାର୍ଯ୍ୟଭାର ତୁଲାଉ ଥିଲେ । ତେବେ ସେ କାର୍ଯ୍ୟକାଳ ସରିବାର ୬ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।

ବିରଲ ଆଚାର୍ଯ୍ୟ  ତାଙ୍କ ଇସ୍ତଫାପତ୍ରରେ କୌଣସି ନିର୍ଦ୍ଦିଷ୍ଟ କାରଣ ଉଲ୍ଲେଖ କରି ନାହାନ୍ତି। ତେବେ କିଛି ମାସ ହେଲା ବିଭିନ୍ନ ପ୍ରସଙ୍ଗରେ ସେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହ ଏକମତ ନଥିଲେ। ସେ ତାଙ୍କର ଅଲଗା ବିଚାର ଉପସ୍ଥାପନ କରୁଥିଲେ। ଗତ ଦୁଇ ମନିଟରିଂ ବୈଠକରେ ଦରବୃଦ୍ଧି ଓ ଅଭିବୃଦ୍ଧି ହାର ପ୍ରସଙ୍ଗରେ ସେ ପୃଥକ ଯୁକ୍ତି ଉପସ୍ଥାପନ କରିଥିଲେ। ତେଣୁ ନୀତିଗତ ମତଭେଦ ଯୋଗୁ ସେ ଇସ୍ତଫା ଦେଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ବିରଲ ଆଚାର୍ଯ୍ୟ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ସେଟର୍ନ ସ୍କୁଲ୍ ଅଫ୍ ବିଜ୍‌ନେସ୍‌ରେ ପ୍ରଫେସର ଭାବେ ଯୋଗ ଦେବେ।
ପଢନ୍ତୁ: ଏବେ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ଯାତାୟାତ ଖର୍ଚ୍ଚ

Related posts

“ଵାଲାକୋଟ ଏୟାର ଷ୍ଟ୍ରାଇକରେ କେହି ନିହତ ହୋଇନାହାନ୍ତି” ବୋଲି କହିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ

Ratnamani Moharana

ଜାତିଆଣ ଭେଦାଭାବ ଦୂର ପାଇଁ ସରକାର ଙ୍କ ନୂଆ ନିସ୍ପତି, ଅନ୍ୟଜାତିରେ ବାହା ହେଲେ ମିଳିବ ଲକ୍ଷେ ଟଙ୍କା

ENO Beuro

ଜରୁରୀ ଅବତରଣ ସମୟରେ ରନ୍‌ଓ୍ୱେରୁ ଖସିଗଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Ratnamani Moharana

Leave a Comment