News

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ

Untitled 1

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ  ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ । ଓଡ଼ିଶାର ଜଣେ ବରିଷ୍ଠ ନେତା ତଥା ବିଜେପିର ପୁରୁଖା ନେତା ବିଶ୍ୱଭୂଷଣ ଆନ୍ଧ୍ରର ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ  ରୂପେ ନିଯୁକ୍ତି ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରୁ ଶ୍ରୀ ହରିଚନ୍ଦନଙ୍କ ନିଯୁକ୍ତି ସଂପର୍କିତ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ଆଜି ପ୍ରକାଶ ପାଇଛି ।ବିଶ୍ୱଭୂଷଣ ହେବେ ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ। ବର୍ତ୍ତମାନ ସେଠାରେ ରାଜ୍ୟପାଳ ଅଛନ୍ତି ଇ.ଏସ୍.ଏଲ. ନରସିଂମନ। ସେ ୨୮ଡିସେମ୍ବର ୨୦୦୯ରୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଦାୟିତ୍ୱରେ ଥିଲେ। ୯ ବର୍ଷ ପରେ ଆନ୍ଧ୍ର ପ୍ରଦେଶକୁ ନୂଆ ରାଜ୍ୟପାଳ ମିଳିବ।

ରାଜ୍ୟପାଳ ନିଯୁକ୍ତ ହେବାପରେ ବିଶ୍ବଭୂଷଣଙ୍କୁ ବଧେଇ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବରିଷ୍ଠ ବିଜେପି ନେତା ବିଶ୍ବ ବୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତ କରିବାପରେ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ ଜରିାରେ ସେ କହିଛନ୍ତି ଯେ, ବିଶ୍ବଭୂଷଣ ବାବୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହେବା ଓଡିଶା ପାଇଁ ଗୌରବ ଏବଂ ସମ୍ମାନର ବିଷୟ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Capture
Capture

ପଢନ୍ତୁ: ଟିମ ଇଣ୍ଡିଆର ମୁଖ୍ୟ କୋଚ ଓ ଅନ୍ୟ କୋଚ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କଲା ବିସିସିଆଇ

 

 

Related posts

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ,ଶାଶୁ-ଶ୍ୱଶୁର ଫେରାର

ENO Beuro

ବିୟର ଫ୍ୟାକ୍ଟ୍ରି ପାଇଁ କଟା ହେଲା ୧୦୦୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ

ENO Beuro

କେନ୍ଦୁଝରର ଆନନ୍ଦପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା:୪ମୃତ,୩ ଗୁରୁତର

ENO Beuro

1 comment

Leave a Comment