News

ବିଜେଡ଼ିର ମାଷ୍ଟର ଷ୍ଟ୍ରୋକ: ଲୋକସଭାକୁ ଦେବ ୩୩% ମହିଳା ପାର୍ଥୀ

bjd dala

ବାଜିଲା ନିର୍ବାଚନର ବିଗୁଲ। ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିସାରିଛନ୍ତି। ୭ଟି ପର୍ଯ୍ୟାୟରେ ଭୋଟ ହେବାକୁ ଥିଲାବେଳେ ପ୍ରଥମ ୪ଟି ପର୍ଯ୍ୟାୟରେ ଓଡିଶାରେ ହେବ। ରାଜ୍ୟର ୨୧ ଟି ଲୋକସଭା ସହ ୧୪୭ ବିଧାନସଭା ଆସନ ପାଇଁ ହେବ ନିର୍ବାଚନ।

ଆସନ୍ତା ନିର୍ବାଚନ ପାଇଁ ରାଜ୍ୟର ଲୋକସଭା ଆସନରୁ ୩୩% ଆସନରେ ବିଜେଡ଼ି ମହିଳା ପାର୍ଥୀ କରିବ ବୋଲି ନିଷ୍ପତି ନେଇଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡାରେ  ଏକ ବିଶାଳ ମହାସମାବେଶରେ ଘୋଷଣା କରିଛନ୍ତି। ନବୀନ ହିଁ ପ୍ରଥମ ବ୍ୟକ୍ତି ଯିଏ ମହିଳାଙ୍କ ଲାଗି ୩୩% ଆସନ ସରଙ୍ଖଣ କରିଛନ୍ତି ବୋଲି ଚର୍ଚା ହେଉଛି। ନବୀନଙ୍କ ଏହି ମାଷ୍ଟର ଷ୍ଟ୍ରୋକ ଏବେ ଅନ୍ୟ ରାଜନୈତିକ ଦଳର ମୁଣ୍ଡ ବିନ୍ଧାର କାରଣ ସାଜିଛି।

ଚଳିତ ସଭାର କାର୍ଯ୍ୟକାଳ ଜୁନ୍ ୩ରେ ଶେଷ ହେଉଛି। ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜିଠାରୁ ଲାଗୁ ହୋଇଛି ନିର୍ବାଚନ ଆଚରଣ ସଂହିତା। ପଢନ୍ତୁ: ବାଜିଲା ବିଗୁଲ:ଏପ୍ରିଲ ୧୧ ,୧୮,୨୩,୨୯ରେ ଓଡିଶା ଭୋଟ

Related posts

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

କୋର୍ଟରେ ବିଚାରପତିମାନଙ୍କୁ ସମ୍ବୋଧନ ହେବନି ‘ମାଇ ଲର୍ଡ’ କିମ୍ବା ‘ୟୋର ଲର୍ଡ ସିପ’

Ratnamani Moharana

ମାସୁଦ ପାଇଁ ଆମେରକା-ଚୀନ ମୁହାଁମୁହିଁ: ମାସୁଦ ଉପରେ ଲାଗୁ ହେବ କଟକଣା

Ratnamani Moharana

Leave a Comment