POLITICALS

ବିଜେଡ଼ିର ୩ ରାଜ୍ୟସଭା ପ୍ରାର୍ଥୀ : ସୋମ୍ୟରଞ୍ଜନ, ପ୍ରଶାନ୍ତ , ଅଚ୍ୟୁତଙ୍କ ନାମ ଘୋଷଣା କରିଛନ୍ତି ନବୀନ

୯ରେ ନାମାଙ୍କନ ପତ୍ର ଦାଖଲ

ସବୁ ପ୍ରତୀକ୍ଷା ଓ ଆକଳନର ଅବସାନ ଘଟାଇଛନ୍ତି ମୁଖମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।ରାଜ୍ୟରୁ ଖାଲି ପଡୁଥିବା ତିନୋଟି ଯାକ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ଶ୍ରୀ ପଟ୍ଟନାୟକ । ପ୍ରଶାନ୍ତ ନନ୍ଦ, ସୈାମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯିବା ନେଇ ଘୋଷଣା କରିଛନ୍ତି ନବୀନ । ଆସନ୍ତା ୯ ତାରିଖରେ ଏହି ୩ ଜଣ ପାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।

ଆସନ୍ତା ଏପ୍ରିଲ ୨ ତାରିଖରେ ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ଦିଲ୍ଲିପ ତିର୍କୀ, ଏ.ଭି ସ୍ୱାମୀ (ସ୍ୱାଧୀନ)ଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏସବୁ ଆସନ ଲାଗି ଆସନ୍ତା ୨୩ରେ ନିର୍ବାଚନ ହେବ। ଆସନ୍ତା ୧୨ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ ଶେଷ ହେବ। ୧୩ ତାରିଖରେ ଯାଞ୍ଚ ହେବ ଓ ୧୫ ତାରିଖ ଦିନ ପ୍ରତ୍ୟାହାର ଲାଗି ଦିନ ଧାର୍ଯ୍ୟ ହୋଇଛି । ଯଦି ନିର୍ବାଚନ ନ ହୁଏ, ତେବେ ସେହିଦିନ ହିଁ ନିର୍ବାଚନ ଅଧିକାରୀ ଫଳାଫଳ ଘୋଷଣା କରିପାରନ୍ତି।

୨୦୧୯ ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ଗୋଟିଚାଳନା ବେଶ ଗୁରୁତ୍ୱ ରଖୁଛି । ୧୪୭ ଆସନ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଏବେ ବିଜେଡିର ୧୧୮ ଜଣ ବିଧାୟକ ଅଛନ୍ତି। ୧୬ ଜଣ କଂଗ୍ରେସ ଦଳକୁ ପ୍ରତିନିଧିତ୍ଵ କରୁଛନ୍ତି । ବିଜେପିର ୧୦ ଜଣ ବିଧାୟକ ଥିବା ବେଳେ ସିପିଆଇ ଓ ସମତା କ୍ରାନ୍ତିର ଜଣେ ଲେଖାଏଁ ଏବଂ ବାକି ୨ ଜଣ ସ୍ୱାଧୀନ ବିଧାୟକ । ଏମାନଙ୍କ ମଧ୍ୟରୁ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଉପରୁ ବିଜେଡି ନିଲମ୍ବନ ଉଠାଇସାରିଲାଣି । ସେ ଏବେ ବିଜେଡି ସହିତ ଅଛନ୍ତି। ଏଣୁ ବିରୋଧୀ ପ୍ରାର୍ଥୀ ଦେଇ ଜିତାଇବା ସମ୍ଭାବନା ନାହିଁ ।

ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତିବା ଲାଗି ପ୍ରଥମ ପସନ୍ଦର ୩୭ଟି ଭୋଟ ବା ୩୭ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି । ଯେହେତୁ ବିଜେଡିର ୧୧୮ଜଣ ସଭ୍ୟ ଅଛନ୍ତି, ଏଣୁ ଦଳ ଅତି ସହଜରେ ୩ଜଣ ସଭ୍ୟଙ୍କୁ ପ୍ରଥମ ପସନ୍ଦ ଭୋଟରେ ଜିତାଇ ପାରିବ। ଏଭଳି ପରିସ୍ଥିତିରେ ନିର୍ବାଚନ ସ୍ଥିତି ଉପୁଜିନପାରେ ।

ପଢନ୍ତୁ ;

ନିଜକୁ ଫିଟ୍‌ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

 

Related posts

ମୋଦୀ ମ୍ୟାଜିକ : ତ୍ରିପୁରାରେ ଫୁଟିବ ପଦ୍ମ ,ବାମ ଦଳ ସରକାରକୁ ବଡ ଝଟକା!

ENO Beuro

ରାହୁଲଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ମୋଦି ପାଇଲେ ଲୋକପ୍ରିୟ ରାଜନେତାର ମାନ୍ୟତା

ENO Beuro

ବିଜେପିରୁ ଇସ୍ତଫା ଦେଲେ ବିଜୟ ମହାପାତ୍ର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More